
ମାଲକାନଗିରି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଠାରେ ଏକ ନୂତନ ଅମ୍ଳଜାନ ପ୍ଲାଣ୍ଟର ଭିର୍ତି ପ୍ରସ୍ତର ସ୍ଥାପନ ଭର୍ଟୁଆଲ ମାଧ୍ୟମ ରେ ହୋଇଥିଲା । ଏହି ଅବସରରେ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟ ପରିସର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା ,ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ,ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥି ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ମାଲକାନଗିରି ଜିଲ୍ଲାରେ ଅମ୍ଳଜାନ ଗ୍ୟାସ ପ୍ଲାଣ୍ଟର ଭିର୍ତ୍ତିପ୍ରସ୍ତର ସ୍ଥାପନକୁ ପ୍ରଶଂସା କରିଥିଲେ । ଏହି ଅମ୍ଲଜାନ ପ୍ଲାଣ୍ଟ କାର୍ଯ୍ଯଟି ଯଥା ଶୀଘ୍ର କାର୍ଯ୍ଯକାରୀ କରା ଯାଇ ରୋଗୀମାନଙ୍କ ସେବାରେ ତୁରନ୍ତ ବିନିଯୋଗ କରାଯିବ ବୋଲି ମୁଖ୍ଯ ଅତିଥି ଶ୍ରୀ ମାଝି କହିଥିଲେ । ଏହି କାର୍ଯ୍ଯକ୍ରମରେ ଡାକ୍ତର ଏବଂ ମେଡିକା ଲର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO