Related Stories
November 22, 2024
ମାଲକାନଗିରି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ଘାଟି ବଡପଡ଼ା ଗ୍ରାମର ଗୁରୁବାରୀ ସୀସା ନାମ୍ନୀ ଜଣେ ବୃଦ୍ଧା ଗତକାଲି ଖଇରପୁଟ ରେ ଟଙ୍କା ଉଠାଇବା କୁ ଆସି ଆଧାର କାର୍ଡ ବ୍ୟାଙ୍କ ପାସବୁକ ୩ 000 ଟଙ୍କା ଓ ପନିପରିବା ବ୍ୟାଗ ଛାଡି ଦେଇଥିଲେ l ତାକୁ ଖଇରପୁଟ ର ବ୍ୟବସାୟୀ ହରି ପ୍ରଧାନ ପାଇବା ପରେ କିଛି ଲୋକଙ୍କ ଏହି ବ୍ୟାଗ ବିଷୟରେ ଜଣେଇବା ପରେ ସେମାନେ ସ୍ଥାନିୟ ସମାଜସେବୀ ଆନଦ ଚାରକି ଙ୍କୁ ଡାକି ଏ କଥା ଜଣେଇ ଥିଲେ l ସେ ମୁ ଆଧାର କାର୍ଡ ଦେଖି ମହିଳା ଙ୍କ ପରିଚୟ ଜାଣି ଖଇରପୁଟ ରେ ବସବାସ କରୁ ଥିବା ବଡ ପଡ଼ା ର ଜଣେ ଶିକ୍ଷକ ଙ୍କ ସହାୟତା ରେ ତାଙ୍କ ପରିବାର ଙ୍କୁ ଖବର ଦେଇଥିଲେ l ଆଜି ସେ ତାଙ୍କ ପୁଅ ସହ ଆସି ନିଜ ପରିଚୟ ଦେଇ ବ୍ୟାଗ ଟିକୁ ନେଲା ବେଳକୁ ଯାହା ବର୍ଣ୍ଣନା କଲେ ଆଶ୍ଚର୍ଯ୍ୟ ଲାଗିଲା l ବ୍ୟାଗ ସହିତ ଆଧାର କାର୍ଡ ବ୍ୟାଙ୍କ ପାସବୁକ ହଜି ଯିବା ଫଳରେ ସେ ଘର କୁ ନ ଯାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ l ବୋଧହୁଏ ଏ ତିନି ହଜାର ଓ କାଗଜ ପତ୍ର ତାଙ୍କ ପାଇଁ ମୂଲ୍ୟବାନ ଥିଲା l ଠିକ ସମୟରେ ତାଙ୍କ ପାଖେ ଖବର ପହଞ୍ଚି ଯିବା ରୁ ତାଙ୍କ ପୁଅ ତାଙ୍କୁ ଖୋଜି ବ୍ୟାଗ ମିଳି ଥିବା କଥା ଜଣେଇ ଥିଲେ l ଏ ଭଳି ଏକ ମହତ କାର୍ଯ୍ୟ ପାଇଁ ହରି ପ୍ରଧାନ ଙ୍କୁ ବୃଦ୍ଧା ଓ ତାଙ୍କ ପୁଅ ଧନ୍ୟବାଦ ଦେବା ସହ ସବୁ ମହଲରୁ ପ୍ରଶଂସା ର ସୁଅ ଛୁଟୁଛି ଳ