
ମାଲକାନଗିରି,ମାଲକାନଗିରି ଜିଲ୍ଲା ସଦର ମହକୁମା ଝାଟିମାଟି କଲୋନୀର ଜଣେ ଯୁବକ ଗତକାଲି ରାତ୍ରରେ ଘରୋଇ ଗଣ୍ଡଗୋଳ ଯୋଗୁଁ ବେକ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ଜଣାପଡିଛି! ମିଳିଥିବା ଖବର ଅନୁଯାୟୀ ଝାଟି ମାଟି କଲୋନୀ ର ମନୋଜ ନାୟକ ନାମକ ଯୁବକଙ୍କ ଘରେ କୌଣସି କାରଣରୁ ପାରିବାରିକ ଗଣ୍ଡଗୋଳ ହୋଇଥିଲା!ଏଥିରେ ଭାରାକ୍ରାନ୍ତ ହୋଇ ଗୁରୁବାର ରାତ୍ର ୧ 0ଟା ସମୟରେ କଲୋନୀ ରୁ ଚାଲିଆସି ନିକଟରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବ୍ଲେଡ ସାହାଯ୍ୟରେ ବେକ କାଟି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା!ହେଲେ ସେହି ରାସ୍ତାରେ ନିଜ ନିଜ ଘରକୁ ଫେରୁଥିବା କିଛି ଲୋକ ପ୍ରବଳ ରକ୍ତ ସ୍ରାବ ହୋଇ ମନୋଜ ପଡ଼ିଥିବା ଦେଖି ତୁରନ୍ତ ମାଲକାନଗିରି ଆଦର୍ଶ ଥାନାକୁ ଖବର ଦେବା ସହ ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ!ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମନୋଜ କୁ ଆମ୍ବୁଲାନ୍ସ ରେ ମେଡିକାଲ କୁ ନେଇଥିଲେ!ରକ୍ତ ଶ୍ରାବ ଯୋଗୁଁସେ ଅସୁସ୍ଥ ହୋଇ ପଡ଼ିଥିବା ରୁ ତୁରନ୍ତ ଚିକିତ୍ସା କରା ଯାଇ କଟି ଥିବା ସ୍ଥାନକୁ ସିଲା ଯାଇଥିଲା!ବର୍ତମାନ ମନୋଜ ସୁସ୍ଥ ଥିବାବେଳେ ପୋଲିସ କେଉଁ କାରଣରୁ ସେ ଆତ୍ମହତ୍ୟା କରି ବାକୁ ଉଦ୍ୟମ କଲା ତାହାର ତଦନ୍ତ ଚଳାଇଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO