
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ପଞ୍ଚାୟତ ର ଏମ ପି ଭି ୩ ୫ ଗ୍ରାମର ଜଣେ ଯୁବତୀ ସାପ କାମୁଡ଼ାରେ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି!ଏମପିଭି ୩ ୫ ଗ୍ରାମର ପ୍ରସନ ମଣ୍ଡଳ ଙ୍କ ୧ ୨ ବର୍ଷର ଝିଅ ଗତକାଲି ରାତ୍ର ରେ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ସାପ କାମୁଡି ଦେଇଥିଲା!ସେ କଣ ପୋକ କାମୁଡି ଦେଲା ଭାବି ଘରେ କିଛି ନଜଣାଇ ସୋଇପଡିଥିଲା!ସକାଳୁ ଦେହ ନୀଳ ପଡିଯିବା ଦେଖି ପରିବାର ଲୋକେ ଡରିଯାଇଥିଲେ!ତୁରନ୍ତ ଝିଅ କୁ ଧରି ବାପା ପ୍ରସନ ମେଡିକାଲ କୁ ଆଣିଥିଲେ!ଡାକ୍ତର ଦେଖି ସାପ କାମୁଡ଼ିଥିବା ଜାଣି ବା ପରେ ତାର ଚିକିତ୍ସା ଆରମ୍ଭ କରିଥିଲେ!ଚିକିତ୍ସା ପରେ ବର୍ତ୍ତମାନ ଯୁବତୀ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି!