କୈଳାଶଶ ଚନ୍ଦ୍ର ପଣ୍ଡା, ପୁରୀ ,୨୪/୦୬/୨୦୨୧,
ରାଜ୍ୟ ସରକାର ତରଫରୁ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି |୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଶ୍ରୀ ଷଡଙ୍ଗୀ ଓଡିଶା ପୁଲିସ୍ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶ ଭାବେ ଦାୟିତ୍ୱ ତୁଲାଉଥିଲେ |
୧୯୯୨ ବ୍ୟାଚ୍ ଆଇପିଏସ୍ ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶ ଭାବେ ନିଯୁକ୍ତି ମିଳିଛି |୧୯୯୪ ବ୍ୟାଚ୍ ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଦାୟିତ୍ୱ
ଶ୍ରୀ ପଣ୍ଡା ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ୱ ନିର୍ବାହ କରୁଥିବାବେଳେ ଏବେ ଅତିରିକ୍ତ ଭାବେ ପୁଲିସ୍ ଗୃହ ନିର୍ମାଣ ନିଗମର ଦାୟିତ୍ୱରେ ରହିବେ |
୧୯୯୪ ବ୍ୟାଚ୍ ଆଇପିଏସ୍ ଯଶୱନ୍ତ ଜେଓୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ବଦଳି ଶ୍ରୀ ଜେଠୱା ଏଡିଜି, ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିଲେ |
୧୯୯୫ ବ୍ୟାଚ୍ ଆଇପିଏସ୍ ଆର.କେ.ଶର୍ମାଙ୍କୁ ଏଡିଜି, ଆଇନ୍ ଶୃଙ୍ଖଳା ଦାୟିତ୍ୱ ଶ୍ରୀ ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ |
୧୯୯୬ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ବୋଥ୍ରାଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ମିଳିଛି ଶ୍ରୀ ବୋଥ୍ରା ଓଡିଶା ରାଜ୍ୟ ସଡକ ପରିବହନ ନିଗମ ସହିତ କ୍ରୁଟ ଦାୟିତ୍ୱରେ ଥିଲେ |
୧୯୯୭ ବ୍ୟାଚ୍ ଆଇପିଏସ୍ ଅସିତ ପାଣିଗ୍ରାହୀଙ୍କୁ ଆଇଜି, ଭିଜିଲାନ୍ସ ଦାୟିତ୍ୱ ଶ୍ରୀ ପାଣିଗ୍ରାହୀ ଆଇଜି, ହୋମଗାର୍ଡ ଓ ଅଗ୍ନିଶମ ଦାୟିତ୍ୱ ତୁଲାଉଥିଲେ |
Related Stories
November 22, 2024