
କଟକ, ରାଜ୍ୟ ସରକାର ଉଚ୍ଚଶିକ୍ଷା ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ ) ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ପାଇଁ ନେଇଥିବା ନିଷ୍ପତିକୁ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ତରଫରୁ ଘୋର ବିରୋଧ କରାଯାଇଛି । ମହାସଂଘ ପକ୍ଷରୁ ଆଜି ଏଠାରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟ ସରକାର ଏଣିକି ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତଥା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଏବଂ ପାଠ୍ୟପୁସ୍ତକ ପ୍ରକାଶନ ଓ ବିପଣନ ସଂସ୍ଥାର ନିର୍ଦ୍ଦେଶକ, ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂସ୍ଥାନ ଏବଂ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର ନିର୍ଦ୍ଦେଶକ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଏବଂ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ପଦବୀରେ ଶିକ୍ଷାବିତ ଙ୍କ ବଦଳରେ ଓଏଏସ ଅଧିକାରୀମାନଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚଳିତ ମାସ ୯ ତାରିଖରେ ପ୍ରକାଶିତ ଏକ ସଂକଳ୍ପରୁ ଏହା ଜଣାଯାଇଛି ।
ଶିକ୍ଷା ବ୍ୟବସ୍ଥାକୁ ଅମଲାତାନ୍ତ୍ରିକ ପ୍ରଭାବରୁ ମୁକ୍ତ ରଖିବା ପାଇଁ ନୂତନ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଥିବାବେଳେ ରାଜ୍ୟ ସରକାରଙ୍କର ଏହି ନିଷ୍ପତି ଶିକ୍ଷାକ୍ଷେତ୍ରକୁ ବିଶେଷ ଭାବେ ପ୍ରଭାବିତ କରିବ । ଏଥିଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିବାର ଆଶଙ୍କା ରହିଛି । ତେଣୁ ସରକାର ନିଷ୍ପତିର ପୁନର୍ବିଚାର କରି ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ପୂର୍ବପରି ଶିକ୍ଷାବିତ ମାନଙ୍କୁ ନିଯୁକ୍ତି ଦେବା ପାଇଁ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ଦାବି କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO