
ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସହରରେ ବିଜୁ ଯୁବବାହିନୀ ପକ୍ଷରୁ ଟ୍ରାଫିକ ନିୟମ ପାଳନକୁ ନେଇ ସଚେତନତା କରିଛନ୍ତି । ସହରର ଆମ୍ବେଦକର ଛକ, ବ୍ଲକ ଛକ ସହ ପୁଟୁପଡାରେ ବାଇକ ଚାଳକଙ୍କୁ ସଚେତନ କରି ହେଲମେଟ ପିନ୍ଧି ବାଇକ ଚଲାଇବା, ଟ୍ରାଫିକ ନିୟମକୁ ପାଳନ କରିବା, ଦ୍ରୁତ ଗତିରେ ବାଇକ ନଚଲାଇବା ନେଇ ସଚେତନ କରି ଲିଫଲେଟ ମାନ ପ୍ରଦାନ କରିଥିଲେ । ଏହି ସଚେତନତାରେ ସବିଜୁ ଯୁବ ବାହିନୀର ବୃହଷ୍ପଦ ସିଂବାବୁ, ବୃନ୍ଦାବନ ପ୍ରଧାନୀ, କବିରାଜ ନାଗ, ସାଗର ସଗରିଆ, ମଦନ ବାଗ, ପପୁ ଥପା, ପ୍ରବୀଣ ପ୍ରଧାନୀ, ଜିତୁ ବିଶି, ହେରମ୍ବ ଭୋଇ, ଲକିଧର ବାଗ, ଯଶୋବନ୍ତ ଭୋଇ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସାମିଲ ଥିଲେ । ସେହିପରି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଟ୍ରାଫିକକୁ ନେଇ ବିଜୁ ଯୁବ ବାହିନୀର ସଚେତନତା କାର୍୍୍ୟକ୍ରମ ଅନୁÂିତ ହୋଇଯାଇଛି ।