
ଗଞ୍ଜାମ, ଓଡିଶା ବ୍ରାହ୍ମଣ ସମାଜ, ବୁଗୁଡା ବ୍ଲକ ଶାଖା ପକ୍ଷରୁ ଅ।ଜି ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଭା ସଭାପତି ଆଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ମାଣିତରା ମେଡିକାଲ ଷ୍ଟାପ କରନାର ଦ୍ଵିତୀୟ ଲହର ସମୟରେ ନିଜ ଗୃହରେ ଏକାକି ବାସରେ ରହିଥିବା କରୋନା ପଜିଟିଭ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଥିବା ସହ ମେଡିକାଲରେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ପରିପ୍ରେକ୍ଷୀରେ ଡାକ୍ତର ଦୟାନିଧି ରାଉତ, ଡାକ୍ତର ଦୁର୍ଗା ମାଧବ ବିଶ୍ବାଳ, ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର, ଟେକିନସିଆନ କାଳୀ ପ୍ରସାଦ ସାହୁ, ମେଡ଼ିକାଲ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ସାହୁ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ବାଇଁ ଓ ସହଯୋଗୀ କର୍ମଚାରୀଙ୍କୁ ବ୍ଲକ ବ୍ରାହ୍ମଣ ସମାଜ ସଭାପତି କାଳୀ ଚରଣ ମିଶ୍ର, ଉପସଭାପତି ଦୁର୍ଗାମାଧବ ପାଣିଗ୍ରାହୀ, ଉପଦେଷ୍ଟା ରାଜା କିଶୋର ଦାଶ, ସାମ୍ବାଦିକ ତ୍ରିଲୋଚନ ପଣ୍ଡା ପ୍ରମୁଖ କର୍ପୁରମାଳ, ଉପଢୌକନ, ଓ ମାନପତ୍ର ପ୍ରଦାନ କରି କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ପ୍ରେସ କ୍ଲବ ସଭାପତି ଅନିଲ କୁମାର ମହାରଣା ଅତିଥିଭାବେ ଯୋଗଦେଇ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ବୁଗୁଡା ବ୍ଳକ ବ୍ରାହ୍ମଣ ସମାଜର ସଦସ୍ୟ ବୃନ୍ଦ କୋଭିଡ ନିୟମ ପାଳନ କରି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO