
ମାଲକାନଗିରି, ବର୍ତ୍ତମାନ ସମଗ୍ର ଭାରତ ବର୍ଷ ରେ କରୋନା ମହାମାରୀ ଦ୍ୱିତୀୟ ଲହରୀ ତାର କାୟା ବିସ୍ତାର କରୁଥିବା ବେଳେ ଏଥିରେ ରୋକ ଲଗେଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ମାନ ଗ୍ରହଣ କରିବା ସହ ସମଗ୍ର ଓଡିଶା କୁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଛି । ଗ୍ରାମାଞ୍ଚଳ ମାନଙ୍କ ରେ ସଂକ୍ରମଣ ରେ ରୋକ ଲଗେଇବା ତଥା କୋଭିଡ଼ ପରିଚାଳନା ର ତଦାରଖ କରିବା ନିମନ୍ତେ ଜନ ପ୍ରତିନିଧି ତଥା ସରପଞ୍ଚ ମାନଙ୍କୁ ଜିଲ୍ଲପାଳ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି l ଲକଡାଉନ ଫଳରେ ଏ ବର୍ଷର ରଜ ଫିକା ପଡ଼ିଥିବା ବେଳେ ସରକାର ଙ୍କ ନିୟମ କୁ ଅବମାନନା କରି, ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ର ସରପଞ୍ଚ ମଙ୍ଗୁ ଖିଲ କରୋନା କଟକ ଣା କୁ ଖୋଲାଖୋଲି ଭାବେ ଉଲଘଂନ କରି ରଜ ଦୋଳି ଖେଳୁଥିବାର ଭିଡ଼ିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତେବେ ଭାଇରାଲ ଭିଡିଓ ଟିରେ ସରପଞ୍ଚ ଦୋଳିରେ ବସିଥିବା ବେଳେ ଦୁଇଜଣ ମହିଳା ତାଙ୍କୁ ଝୁଲାଉଥିବା ସହ ସେହି ସ୍ଥାନ ରେ ଥିବା ସମସ୍ତ ମହିଳା ଓ ଶିଶୁ ମାନେ କରୋନା କଟକଣା କୁ ଉଲଂଘନ କରି ତଥା ସାମାଜିକ ଦୂରତା ଓ ମାସ୍କ ପରିଧାନ ନକରି ସେହି ସ୍ଥାନରେ ଉପସ୍ଥିତ ଥିବା ଜଣାପଡିଛି l ଯେଉଁଠାରେ ସରପଞ୍ଚ ଗ୍ରାମବାସୀଙ୍କୁ ରଜ ପର୍ବ ପାଳନ କରିବାକୁ ବାରଣ କରିବା ପରିବର୍ତ୍ତେ କିପରି ନିଜେ ଗ୍ରାମବାସୀଙ୍କ ସହ ସାମିଲ ହୋଇ ରଜ ମଉଜ କରିଛନ୍ତି l ବର୍ତ୍ତମାନ ଏହା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଏଥିସହ ସରପଞ୍ଚ ଙ୍କ ବିରୋଧ ରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛିl ତେବେ ଏ ନେଇ ଆମେ କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ ମାଣ୍ଡାଙ୍ଗୀ ଙ୍କୁ ପଚାରିବାରୁ ସେ ଏହି ଘଟଣା ର ତଦନ୍ତ କରି ତୁରନ୍ତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO