
ରାଉରକେଲା -ଭବିଷ୍ୟନିଧି ଟଙ୍କା ଉଠଇବାକୁ ଚାହୁଁଥିବା ଜଣେ ଡ୍ରାଇଭର ଙ୍କ ଠାରୁ ଇଏସଆଇ ଡାକ୍ତରଖାନା ର ଜଣେ ବରିଷ୍ଠ କିରାଣୀ ୧୦୦୦ଟଙ୍କା ଲାଂଚ ନେଉଥିବା ବେଳେ ଆଜି ଦିନ ୧୧.୩୫ ମିନିଟ ବେଳେ ରାଉରକେଲା ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣା ପଡିଛି । ଗିରଫ କିରାଣୀ ହେଲେ କାଂଶବାହାଲ ଇଏସଆଇ ଡାକ୍ତରଖାନା ର ବରିଷ୍ଠ କିରାଣି ବିଷ୍ନୁ ଚରଣ ମଲିକ । ଅଭିଯୋଗରୁ ପ୍ରକାଶ ଏହି ଡାକ୍ତରଖାନାର ଆମ୍ବୁଲାନ୍ସ ଡ୍ରାଇଭର ବୈରାଗି ବେହେରା ୨ଲକ୍ଷ ଟଙ୍କା ନିଜ ଭବିଷ୍ୟନିଧି ପାଠିଂ ରୁ ନେବା ଲାଗି ଆବେଦନ କରିଥିଲେ । ଏହି କାମ କରାଇଦେବା ଲାଗି କିରାଣି ଶ୍ରୀ ମଲ୍ିକ କୁଆଡେ ତାଙ୍କୁ ୧୦୦୦ହଜାର ଟଙ୍କା ଦାବି କରିଥିଲେ । ସେହି କଥା ଅନୁଯାଇ ଆଜି ସକାଳ ୧୧.୩୫ ମିନିଟ ବେଳେ ଶ୍ରୀ ବେହେରା ଲାଂଚ ଅର୍ଥ ଦେଉଥିବା ବେଳେ ପୁର୍ବରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଟିମ କିରାଣି ଶ୍ରୀ ମଲ୍ଲିକ ଙ୍କୁ ଲାଂଚ ଅର୍ଥ ସହ ଧରିଥିବା କୁହାଯାଇଛି । ପରେ ତାଙ୍କର ସରକାରୀ ବାସଭବନ ର ଖାନ ତଲାସି କରାଜିବା ସହ ତାଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି । ଏହି ଚଢାଉରେ ଡିଏସପି ଦାସରଥୀ ସେଠୀ,ଇନ୍ସପେକ୍ଟର ରିତାଂଜଳି ପ୍ରଧାନ,ତୁସାରକାନ୍ତ ମହାପାତ୍ର ପ୍ରମୁଖ ଭାଗନେଇଥିବାବେଳେ ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ସ୍ୱାଇଁ ପୁରା ମାମଲାକୁ ତଦାରଖ କରୁଥିଲେ ।ରାଉରକେଲା ଭିଜିଲାନ୍ସ ଅନେକ ଦିନ ଧରି ତତ୍ପରତା ଦେଖାଉନଥିବା ଅଭିଯୋଗ ହେଉଥିବା ବେଳେ ଆଜି ଅନେକ ଦିନ ପରେ ଏକ ମାମଲା ରୁଜୁ କରିଛି ।