-
ଅନୁଗୁଳ ଜିଲ୍ଲାରୁ ୬ଜଣଙ୍କୁ ଗୁରୁଦାୟିତ୍ଵ
-
ସଞ୍ଜୀବ କୁମାର ପଟ୍ଟନାୟକ ସଂଯୋଜକ ଓ ଦେବରଞ୍ଜନ ସାମଲ ରାଜ୍ୟ ଅର୍ଗାନାଇଜିଂ ସେକ୍ରେଟାରୀ

ଅନୁଗୁଳ:- ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘଦିନରୁ ପ୍ରଭାବୀ ଢଙ୍ଗରେ ଲଢେଇ କରିଆସୁଛି । ଆଗାମୀ ଦିନରେ ସାରା ରାଜ୍ୟରେ ଶିକ୍ଷାର ବୈପ୍ଳବିକ ସଂସ୍କାର ଓ ଅଭିଭାବକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ସହ ଘରୋଇ ଶିକ୍ଷା ବ୍ୟବସ୍ଥା ନେଇ ମହାସଂଘ ପ୍ରୟାସରତ। ଓଡିଶାର ବିଭିନ୍ନ ଜିଲ୍ଳାରେ ଥିବା ସମସ୍ୟାକୁ ସମାଧାନ କରିବା ନିମନ୍ତେ “ରାଜ୍ୟ ଅଭିଭାବକ ମହାସଂଘ” ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଅଛି। ଅଭିଭାବକ ମହାସଂଘର ରାଜ୍ୟ ଅଧ୍ୟକ୍ଷ ବାସୁଦେବ ଭଟଙ୍କ ସାରା ଓଡ଼ିଶାରୁ ୧୦୦ ଜଣିଆ ଟିମ୍ କୁ ଅନୁମୋଦନ କରିଛନ୍ତି। ଏହି ଟିମ୍ ରେ ଅନୁଗୁଳ ଜିଲ୍ଲାରୁ ୬ଜଣଙ୍କୁ ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି। ସଞ୍ଜୀବ କୁମାର ପଟ୍ଟନାୟକଙ୍କୁ ସଂଯୋଜକ, ଶୁଭ୍ରାଂଶୁ ପ୍ରଧାନଙ୍କୁ ସହ ସଂଯୋଜକ, ଦେବରଞ୍ଜନ ସାମଲଙ୍କୁ ରାଜ୍ୟ ଅର୍ଗାନାଇଜିଂ ସେକ୍ରେଟାରୀ ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି। ସେହିଭଳି ବିସ୍ମୟ କୁମାର ଦାସ, ରଞ୍ଜିତ କୁମାର ପାତ୍ର ଓ ପ୍ରଭାତ କୁମାର ପାତ୍ରଙ୍କୁ ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି।
ଗତ କିଛି ବର୍ଷ ଧରି ଅନୁଗୋଳ ଜିଲ୍ଲାରେ ଜିଲ୍ଲାର ୧୦୦ରୁ ଉର୍ଦ୍ଧ ବିଦ୍ୟାଳୟ ବନ୍ଦ କରିବାପାଇଁ ପ୍ରଶାସନ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ସ୍କୁଲ ବଞ୍ଚାଅ – ଶିକ୍ଷା ବଞ୍ଚାଅ ଅଭିଯାନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘ ସମର୍ଥନ ଦେଇଥିଲେ। ଏହି ଦାୟିତ୍ୱରେ ମନୋନୀତ ହେଲାପରେ ଅନୁଗୋଳ ଜିଲ୍ଲା ର ଶିକ୍ଷା କ୍ଷେତ୍ରରେ ଓ ଅଭିଭାବକ ମାନଙ୍କ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଅଭିଭାବକ ମହାସଂଘ ଲଢେଇ କରିବି ବୋଲି ସଂଯୋଜକ ଶ୍ରୀ ପଟ୍ଟନାୟକଙ୍କ ପ୍ରକାଶ କରିଛନ୍ତି। ତତ୍ ସହିତ କରୋନା ମହାମାରୀ ସମୟରେ ସ୍କୁଲ ଫି ଆଦାୟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସରକାର ଦେଇ ଥିବା ନିର୍ଦ୍ଦେଶନାମାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ଅର୍ଗାନାଇଜିଂ ସେକ୍ରେଟାରୀ ସାମଲ ସୂଚନା ଦେଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO