
ଜଗନ୍ନାଥ ପ୍ରସାଦ :-ଜଗନ୍ନାଥ ପ୍ରସାଦ ବିଜୁ କଲ୍ୟାଣୀ ମଣ୍ଡପରେ ଟୀକା ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ସେଥିରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜଗନ୍ନାଥ ପ୍ରସାଦ ର ବିଜୁ କଲ୍ୟାଣମଣ୍ଡପ ଠାରେ କୋଭିଇସିଲଡ଼ ଭେକସିନ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକା କରଣ କରାଗଲା ଜଗନ୍ନାଥ ପ୍ରସାଦ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର ପୁର୍ଣ୍ଣ ସହଯୋଗ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ବିଡମ୍ବନା ର ବିଷୟ ସେଠି ଆଶା ଦିଦି, ଅଙ୍ଗନବାଡି କର୍ମୀ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଥିଲେ ସୁଦ୍ଧା କାହାର ଦେଖାମିଲୁନି ।
ଟିକା ନେବା ପାଇଁ ପାଞ୍ଚଶହରୁ ଛଅଶହ ରୁ ଅଧିକ ପୁରୁଷ ଓ ମହିଳା ଭିଡ ଜମାଇଥିବା ଦେଖିବାକୁ ମିଳିଛି । ବହୁତ ଲୋକ ଙ୍କ ମୁଁହରେ ମାକ୍ସ ନଥିବା ବେଳେ । ସାମାଜିକ ଦୁରତା ନାହିଁ । ଏହି ପରିପ୍ରେକ୍ଷୀରେ ଟିକା ଦିଅ କୋରନା ନିଅ କାଯ୍ୟକ୍ରମ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏହି ପରି ଜଦି ଚାଲେ ଆଗାମୀ ଦିନରେ କୋରନା ମହାମାରୀ ର ତୃତୀୟ ଲହରୀ ଆସିବାକୁ ଅଧିକ ଦିନ ଲାଗିବ ନାହିଁ ବୋଲି ଜନସାଧାରଣ ରେ ଚର୍ଚ୍ଚାରବିଷୟ ପାଲଟିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO