-
ପାଠ୍ୟକ୍ରମରେ ସାମିଲ୍ ହେଉ ଯୋଗ ରାଷ୍ଟ୍ରୀୟ ଆଲୋଚନା ଚକ୍ର ରେ ରେ ମତ ପ୍ରକାଶ

ପୁରୀ – ଅନ୍ତର ରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ସାମାଜିକ ସାଂସ୍କୃତିକ ଓ ଶୈଖିକ ଅନୁଷ୍ଠାନ ନିର୍ମାଣ ତରଫରୁ “ଯୋଗ ଜୀବନର ଖୁସି ର ଦ୍ଵାର ” ଶୀର୍ଷକ ଏକ ରାଷ୍ଟ୍ରୀୟ ସ୍ତର ର ଆଲୋଚନା ଚକ୍ର ୱେବିନାର ମାଧ୍ୟମରେ ଅନୁଷ୍ଠିତ ହେଇ ଯାଇଛି। କାର୍ଯ୍ୟ କ୍ରମ ପ୍ରାରମ୍ଭରେ ଶିଶୁକଲ୍ୟାଣ କମିଟି ପୁରୀ ସଦସ୍ୟା ଦୀପ୍ତି ଦାସ ସ୍ଵାଗତ ଭାଷଣ ଦେବାପରେ ଶ୍ରୀଜଗନ୍ନାଥ ଯୋଗ ବେଦାନ୍ତ ସାଂସକୃତିକ କେନ୍ଦ୍ର,ପୁରୀ ଛାତ୍ର ଛାତ୍ରୀ ମାନେ ଯୋଗ କ୍ରିୟା ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାଭେ ଭାରତ ସରକାରଙ୍କ ଶ୍ରମବିଭଗ ଏନ୍ ସି ଏସ ସି ଡ଼ି ଏ ର ଉତ୍ତରାଞ୍ଚଳ ମୁଖ୍ୟ ରାମ କିଶୋର ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରତ୍ୟେକ ମଣିଷ ଯଦି ନିଜ ଜୀବନ ରେ ଯୋଗ କୁ ଆପଣାଇ ନିଅନ୍ତି ତେବେ ଶରୀର ମନ ସୁସ୍ଥ ରହିବ ଏବଂ ସ୍କୁଲ୍ ପାଠ୍ୟକ୍ରମ ରେ ଯୋଗ ଗୋଟିଏ ବିଷୟ ଭାବରେ ସମ୍ମିଳିତ ହେବା ଆବଶ୍ୟକ ବୋଲି କହି ଥିଲେ।।ସେହିପରି ଅନ୍ୟ ତମ ବକ୍ତା ଭାବରେ ଏ ଓ ଏଲ ର ରାଷ୍ଟ୍ରୀୟ କାର୍ଯ କାରିଣୀ ସଦୟ ଶ୍ରୀ ଯୋଗିନ୍ଦ୍ର ସିଂ ଦେଇ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ ଏବଂ ଯୋଗ ଦ୍ୱାରା ହିଁ ଏହା ସମ୍ଭବ ବୋଲି କହିଥିଲେ।ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ଡାକ୍ତର ମୋନୋଜ୍ କୁମାର ହାଂସଦା ଯୋଗ ଏକ ଶରୀର ବିଜ୍ଞାନ ଏହାର ଅଭ୍ୟାସ ପ୍ରତ୍ୟେକ ବୟସର ଲୋକ କରିବା ଆବଶ୍ୟକ ବୋଲି କହିଥିଲେ। ପ୍ରତ୍ୟେକ ମଣିଷ ତାଙ୍କ ନିତ୍ୟ ଜୀବନରେ କାର୍ଯ କରିବାକୁ ଯାଇ ଅଜାଣତରେ ଯୋଗ କରି ଥାନ୍ତି କିନ୍ତୁ ଏହାକୁ ଯଦି ନିତ୍ୟ ଜୀବନରେ ସାମିଲ୍। କରି ନିଅନ୍ତି ତେବେ ଜୀବନ ଆନନ୍ଦ ମୟ ହୋଇ ପାରିବ ବୋଲି ଆର୍ଟ ଅଫ୍ ଲିଭିଂ ସମ୍ବଳ ପୂର୍ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ହିମାଂଶୁ ପଣ୍ଡା ମତ ଦେଇ ଥିଲେ।ଏହି କାର୍ଯ କ୍ରମକୁ ସାଧୁ ସମାଜ ଭାରତ ଓଡ଼ିଶା ରାଜ୍ୟ ପରିଚାଳକ ତଥା ଆନନ୍ଦ ଧାମ୍ ର ସଭାପତି ସ୍ବାମୀ ସୁଭନନ୍ଦ୍ ପରିଚାଳନା କରିଥିବା ବେଳେ ନିର୍ମାଣ ଅନୁଷ୍ଠାନ ସମ୍ପାଦକ ସିଦ୍ଧାର୍ଥ ରାୟ ଧନୟବାଦ୍ ଦେଇ ଥିଲେ।ଏହି କାର୍ଯ୍ୟକ୍ରମ ରେ ଦିଲି ର ସଂଜୀବନୀ ଇଣ୍ଡିଆ ର ନିରୁ ଗୋତାମ୍,ଆୟୁଷ କାମ ଫାଉଣ୍ଡେସନ ର ଅଙ୍କୁର ଧିର୍। ପତ୍ତ୍ରିକ୍ ଫାଉଣ୍ଡେସନ ହାଇଦ୍ରା ବାଦ୍ ର ତରୁଣ ପଟେଲ। ଆଇ ଏମ୍ ଡି ହିମାଞ୍ଚଲ୍ ପ୍ରଦେଶ ର ସଞ୍ଜନା ଗୋଏଲ୍ , ତଥା ସାଧନା ଅନୁଷ୍ଠାନ ପାରିପଦା ଓ ୱେଲୱେଶ୍ ଭୁବନେଶ୍ୱର ର କର୍ମକର୍ତ୍ତା ପ୍ରଭୃତି ଆଲୋଚନା ରେ ଭାଗ ନେଇ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO