କେନ୍ଦ୍ରାପଡ଼ା – କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ କୃଷକମାନଙ୍କ ପାଇଁ ସାର ଉପଯୁକ୍ତ ବ୍ୟବହାର ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକ ପ୍ରଫେସର ଗୋକୁଳ ବିହାରୀ ଦାସ ଅଧ୍ୟକ୍ଷତା କରିଥିବାବେଳେ ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ପରିଷଦର ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବଂଧୁ ଧଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମହେଶ ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି ରାସାୟନିକ ସାରର ବ୍ୟବହାର ସଂପର୍କରେ କାଶୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିÂ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାସ୍ାୟନିକ ସାରର ବହୁଳ ବ୍ୟବହାର କୁ ପରିଣାମ ଓ ଖାଦ୍ୟସାରର ପରିଚାଳନା ମାଟିରେ ଜୈବିକ ସାରର ପ୍ରୟୋଗ ଦ୍ୱାରା ମାଟିର ସ୍ୱାସ୍ଥ୍ୟରକ୍ଷା, ନୂତନ ପ୍ରକାର ସାରର ଚାଷରେ ବ୍ୟବହାର ଉପଯୋଗୀତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ବିଭାଗର ବରିÂ ଅଧିକାରୀ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକରୁ ୨ଶହରୁ ଅଧିକ ଚାଷୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ତାପସ ରଂଜନ ସାହୁ, ପ୍ରଭଞ୍ଜନ ମିଶ୍ର, ନମିତା ମହାପାତ୍ର, ପ୍ରଭାତ କୁମାର ସାହୁ, ରାଜେଶ ମହାପାତ୍ର, ନିହାର ରଂଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024