
ମାଲକାନଗିରି – ମୋଟୁ ୩ ୨ ୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବାଏମଭି ୭ ୬ ଗ୍ରାମରେ ପେଟ୍ରୋଲ ପମ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଜମି ମାଲିକ ପରିବାର ଲୋକ ବିରୋଧ କରୁଥିବାରୁ ପେଟ୍ରୋଲ ପମ୍ପ ଉଦଘାଟନ ହୋଇପାରୁନାହିଁ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମହାଦେବ ମଣ୍ଡଳ ଙ୍କ ପିତା ଗୋବିନ୍ଦ ମଣ୍ଡଳ କିଛି ବର୍ଷ ପୂର୍ବେ ଏହି ଗ୍ରାମର ଅଶୋକ ହଲଦାର ଙ୍କୁ ଲିଜ ସୂତ୍ରରେ ନିଜର ଜମିକୁ ହସ୍ତାନ୍ତର କରିଥିଲେ । ଏହି ଜମିରେ ବର୍ତମାନ ଅଶୋକ ହଲଦାର ପେଟ୍ରୋଲ ପମ୍ପ ନିର୍ମାଣ କରିଛନ୍ତି । ତେବେ କିଛିଦିନ ତଳେ ଉଦଘାଟନ ହେଵା ଖବର ପାଈ ଜମି ମାଲିକ ଙ୍କ ପୁଅ ମହାଦେବ ମଣ୍ଡଳ ନିଜ ପରିବାର ସହ ସ୍ଥାନୀୟ ଲୋକଙ୍କୁ ନେ଼ଇ ନବ ନିର୍ମିତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଝାଟିମାଟିରେ ଘର କରି ରହିବା ସହ ପେଟ୍ରୋଲ ପମ୍ପ ଉଦଘାଟନ କୁ ବିରୋଧ କରିଥିଲେ । ନିଜର ପୈତୃକ ଜମିକୁ ଚଞ୍ଚକତା କରି ହାତେଇ ପେଟ୍ରୋଲ ପମ୍ପ କରିଥିବାରୁ ପେ ଟ୍ରୋଲ ପମ୍ପ ମାଲିକ ଅଶୋକ ହାଲଦାର ଙ୍କ ଏଭଳି କାମକୁ ବିରୋଧ କରିିବା ସହ ପରିବାର ଲୋକ ପ୍ରଶାସନ ନିକଟରେ ନ୍ୟାୟ ଭିକ୍ଷା କରିଥିଲେ । ଅନ୍ୟପଟେ ପେଟ୍ରୋଲ ପମ୍ପ ମାଲିକ ସେହି ଜମି କୁ କିଣିଛନ୍ତି , ଜମିର ସମସ୍ତ କାଗଜ ପତ୍ର ତାଙ୍କ ନିକଟରେ ରହିଛି ଓ ହାଇକୋର୍ଟ ର ଅନୁମତି ମଧ୍ୟ ରହିଥିବା କହିଥିଲେ । ଏପରିି ସ୍ଥିତିରେ ଉଭୟ ଜମି ମାଲିକ ଓ ପେଟ୍ରୋଲ ପମ୍ପ ମାଲିକ ଙ୍କ ମଧ୍ୟରେ ଦେଖାଦେଇଥିବା ଲଢ଼େଇ ଯୋଗୁଁ ଏହାର ଏକ ସମାଧନ ନିମନ୍ତେ ଅନେକ ଥର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା, ହେଲେ କୌଣସି ପ୍ରକାର ସମାଧାନ ର ବାଟ ବାହାରି ନଥିଲା ତେବେ ଆଜି ଏକ ପ୍ଲାଟନ ପୋଲିସ ଫୋର୍ସ ସହ ମୋଟୁ ତହସିଲଦାର ଶଶାଙ୍କ ମିଶ୍ର, ଏମ ଭି ୭୯ ଥାନା ଅଧିକାରୀ ,ଉପଖଣ୍ଡ ପୋଲିସ ଅଧିକାରୀ ମାନଙ୍କ ଉପସ୍ଥିତିରେ ପେଟ୍ରୋଲ ପମ୍ପ ବିରୋଧରେ ହୋଇଥିବା ଅଭିଯୋଗକୁ .ଖ ଣ୍ଡନ କରି ପେଟ୍ରୋଲ ପମ୍ପ ମାଲିକ ଙ୍କୁ ଜମି ହସ୍ତାନ୍ତର କରାଯାଇଥାନ୍ତା। ଜମି ମାଲିକ ତହସିଲଦାର ଙ୍କ ଠାରେ ନିଜ ଝାଟିମାଟି ଘର ଉଛେଦ ପାଇଁ ଆଉ ତିନି ଦିନ ର ସମୟ ଦେବାକୁ ଲିଖିତ ଆକାରରେ ଜଣାଇବା ପରେ ତହସିଲଦାର ଶ୍ରୀ ମିଶ୍ର ଏହାକୁ ଗ୍ରହଣ ମଧ୍ୟ କରି୩ ଦିନ ସମୟ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO