

ମାଲକାନଗିରି, ଗତକାଲି ସନ୍ଧ୍ୟା ସମୟରେ କାଲିମେଳା ବ୍ଲକ ଏମଭି ୭ ୯ ସାବେରୀ ବିଦ୍ୟା ଭବନର ପ୍ରଧାନ ଶିକ୍ଷକ ସଞ୍ଜିବ କୁମାର ବୈଦ୍ୟ ଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ମିଟିଂ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏମଭି ୭ ୯ ବିଦ୍ୟାଭବନ ର ବହୁ ପୁରାତନ ଓ ନବାଗତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିଲେ। ଉକ୍ତ ଭର୍ଚୁଆଲ ମିଟିଂ ରେ ଦୀର୍ଘ ଦିନ ପରେ ପ୍ର୍ୟତେକ ଟି ବ୍ଯାଚ ନିଜ ନିଜ ର ବନ୍ଧୁ ମାନଙ୍କ ସହ ଯୋଡ଼ି ହେବା ର ମୁହୂର୍ତ୍ତ ଟି ଅତି ସୁନ୍ଦର ଥିବା ସହ ଆଗାମୀ ଦିନ ରେ ବିଦ୍ୟାଳୟ ର ବିକାଶ ଦିଗରେ କିଭଳି ପୁରାତନ ଛାତଛାତ୍ରୀ ଙ୍କ ଯୋଗଦାନ ରହିବ ସେ ନେଇ ଆଲୋଚନା କରିଥିଲେ। ପ୍ର୍ୟତେକ ବ୍ଯାଚ ର ପିଲା ମାନେ ନିଜ ନିଜ ବ୍ଯାଚ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଯୋଗାଯୋଗ ରଖିବା ସହ ଆଗାମୀ ଦିନ ରେ ବିଦ୍ୟାଳୟ ର ରହିଥିବା କିଛି କିଛି ଆବଶ୍ୟକତା ପୂରଣ କରିବା ପାଇଁ ଆଗକୁ ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ୨ 0୨ ୬ ମସିହା ରେ ଏମଭି୭ ୯ ସାବେରୀ ବିଦ୍ୟା ଭବନ ତାର ଗୋଲଡେନ୍ ଜୁବଲି ପାଳନ କରିବାକୁ ଯାଉ ଥିବା ବେଳେ ତାହାକୁ କିଭଳି ଅଧିକ ଆକର୍ଷଣୀୟ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।