କନ୍ଧମାଳ, କନ୍ଧମାଳ ଜିଲ୍ଲ ଗୋଛାପଡା ଥାନା ଅଂଚଳରେ ଥିବା କୁମ୍ଭାହାରୁ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀ ଏବଂ ଜବାନ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨୦ ରୁ ୨୫ ମିନିଟ ଧରି ଗୁଳି ବିନିମୟ ହେବାପରେ ଘଂଚ ଜଙ୍ଗଲର ଉହାଡରେ ମାଓବାଦୀ ମାନେ ଘଟଣା ସ୍ଥଳରୁ ଛତ୍ର ଭଙ୍ଗ ଦେଇଥିବା ବେଳେ ପୋଲିସକୁ ସେଠାରେ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ମିଳିଥିବା ନେଇ ଆଜି କନ୍ଧମାଳ ଏସ.ପି ଭିନିତ ଅଗ୍ରୱାଲ ଏକ ପ୍ରେସ ବିବୃତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସମ୍ପୃକ୍ତ ଅଂଚଳରେ ମାଓ ଗତିବିଧି ରହିଥିବା ନେଇ ବିଶ୍ୱସ୍ଥ ସୁତ୍ରରୁ ପୋଲିସକୁ ସୂଚନା ମିଳିବା ପରେ ଏସପିଙ୍କ ନିଦେ୍ର୍ଧଶ କ୍ରମେ ଏସ.ଓ.ଜି ଏବଂ ଡି.ଭି.ଏଫ୍ ଜବାନ ମାନଙ୍କର ମିଳିତ କୁମ୍ବିଙ୍ଗ ଅପରେସନ ଗତ ୨୦/୦୬/୨୦୨୧ ତାରିଖରେ ଆରମ୍ଭ କରାଯାଥିଲା । ଏହି ଅପରେସନ ଜାରି ରହିଥିବା ବେଳେ ୨୧ ତାରିଖ ସକାଳ ପ୍ରାୟ ୧୦ଟା ପରେ କୁମ୍ଭାହାରୁ ଜଙ୍ଗଲରେ ମାଓ ଏବଂ ଜବନ ମୁହା ମୁହିଁ ହୋଇଥିଲେ । ଜବାନ ମାନଙ୍କୁ ଦେଖି ମାଓବାଦୀ ମାନେ ଅତର୍କିତ ଭାବରେ ଗୁଳି ଚାଳନା ଆରମ୍ଭ କରିଥିଲେ । ଜବାନ ମାନେ ସୁରକ୍ଷିତ ସ୍ଥାନରେ ରହି ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ । ମାଓବାଦୀ ମାନେ ଏହାକୁ ନ ମାନିବାରୁ ଜବାନ ମାନଙ୍କ ପକ୍ଷରୁ ନିୟନ୍ତ୍ରିତ ଭାବରେ ପାଲଟା ଗୁଳି ଚାଳନା କରାଯାଇଥିଲା । ସେଠାରେ ପ୍ରାୟ ୨୦ ରୁ ୨୫ ମିନିଟ ଧରି ଗୁଳି ବିନିମୟ ହେବାପରେ ମାଓବାଦୀ ମାନେ ଘଂଚ ଜଙ୍ଗଲର ସୁଯୋଗ ନେଇ ସେଠାରୁ ପଳାୟନ କରିବାରେ ସଫଳ ହୋଇଥିଲେ ବୋଲି ଏସପି କହିଛନ୍ତି । ଗୁଳି ବିନିମୟ ବନ୍ଦ ହେବା ପରେ ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା । ସେଠାରୁ ଗୋଟିଏ ୩୦୩ ରାଇଫଲ, ଓ ୩ଟି ଗୁଳି,ଗୋଟିଏ କେଟି୍ରଜ,୧୨ ବୋରର ଏକ ଦେଶୀ ବନ୍ଧୁକ,୪ଟି ଇନସାସ ବନ୍ଧୁକର ଗୁଳି ଓ ଗୋଟିଏ ମାଗାଜିନ,୭ଟି ଇଲେକ୍ଟି୍ର ଡେଟୋନେଟର,ମାଓ ପୁସ୍ତିକା,ଗୋଟିଏ ରେଡିଓ,ୱାକିଟକି ଚାର୍ଜର,ଗୋଟିଏ ସିଲେଇ ମେସିନ,ମହିଳା ମାନଙ୍କ କିଛି ବସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ କେକେବିଏନ ଡିଭିଜନର ମାଓ ସଂଗଠନର ପ୍ରାୟ ୨୫ ଜଣ ମାଓବାଦୀଙ୍କ ସମେତ କିଛି ମହିଳା ମାଓ କ୍ୟାଡର ଥିବା ଜଣାପଡିଛି । ଏହି ଗୁଳି ବିବନିମୟରେ ଜବାନ ମାନଙ୍କ ପକ୍ଷରୁ କେହି ଆହତ ହୋଇ ନଥିବାବେଳେ ମାଓବାଦୀ ମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିବା ପୋଲିସ ଜାଣିପାରିଛି ବୋଲି କହିଛନ୍ତି ଏସପି । ସେଠାରେ ବର୍ତମାନ ମଧ୍ୟ କୁମ୍ବିଙ୍ଗ ଅପରେସନ ଜାରି ରହିଥିବା ପୋଲିସ ପକ୍ଷରୁ ଜଣାପଡିଛି । ତେବେ ଘଟଣା ବେଳେ ସେଠାରେ କେନ୍ଦ୍ରୀୟ ମାଓ କମିଟି ନେତା ଦାସୁରୁ ଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ଏସପି । ସେମାନଙ୍କ ମଧ୍ୟରୁ କିଛି ମାଓବାଦୀ କୋଭିଡରେ ଆକ୍ରାନ୍ତ ଥିବା ମଧ୍ୟ ଅନୁମାନ କରାଯାଉଛି । ତେଣୁ ମାଓବାଦୀ ମାନେ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ହିଂସା ଛାଡି ଆତ୍ମସ ସମର୍ପଣ କରି ମୁଖ୍ୟ ସୋ୍ରତରେ ସାମିଲ ହୁଅନ୍ତୁ ବୋଲି କନ୍ଧମାଳ ଏସପି କହିଛନ୍ତି ।