

Related Stories
July 4, 2025
ମାଲକାନଗିରି ,ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ 43 ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛି !ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9947ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯ ୯ ୩ ୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୫ ୬ ୯ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୩ ୯ କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର୧ ମୁଣ୍ଡାଗୁଡା, ୱାର୍ଡ ନମ୍ବର ୫ ଦୁର୍ଗାଗୁଡ଼ି ସାହି, ୱାର୍ଡ ନମ୍ବର ୮ ଜୟପୁରିଆ ଗୁଡା , ୱାର୍ଡ ନମ୍ବର 14 ଝାଟିମାଟି ସାହି , ୱାର୍ଡ ନମ୍ବର ୧ ୫ ରାମକୃଷ୍ଣ ନଗର , ୱାର୍ଡ ନମ୍ବର ୧ ୯ ଏମଭି 42 ରୁ ୮ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର , ପଦ୍ମଗିରି, ସିନ୍ଦ୍ରିମାଳ, ତଣ୍ଡାପାଲି , ତମସା, ଗଙ୍ଗଲା ଓ ଚାଲାଣଗୁଡା ପଞ୍ଚାୟତରୁ ୭ ଜଣ! କୋରୁକୋଣ୍ଡା ବ୍ଲକର ଚିତାପାରୀ -୩, ଓ ନୀଳାକାମ୍ବେରୁ ପଞ୍ଚାୟତ ରୁ ୨ ଜଣ !ମାଥିଲି ବ୍ଲକର ଭେଜାଗୁଡା, ନାୟକଗୁଡା , ଆମ୍ବାଗୁଡା ଓ ମାଥିଲି, ପଞ୍ଚାୟତରୁ ରୁ ୬ ଜଣ!ଖଇରପୁଟ ବ୍ଲକର ରାସବେଡା, କୁଡୁମୁଲୁଗୁମା, ଓ ପରକନମାଳା ପଞ୍ଚାୟତରୁ ୩ ଜଣ !କାଲିମେଳା ବ୍ଲକ ର କାଲିମେଳା, ମାଲାବରମ, କୋଇମେଟଲା ମାନ୍ୟମକୋଣ୍ଡା ଓ ନାଲଗୁଣ୍ଠି ପଞ୍ଚାୟତରୁ ୭ ଜଣ!ପଡିଆ ବ୍ଲକର. କାଳଦାପାଲି, ବାପନପାଲି, ଶିମିଳିବାଞ୍ଛା ଓ ଗିରକାନପାଲି ପଞ୍ଚାୟତରୁ ୭ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତ ଓ ଗୁଣ୍ଠାବାଡା ପଞ୍ଚାୟତରୁ ୩ ଜଣ ଚି଼ହ୍ନଟ ହୋ ଇଛନ୍ତି ! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!