
ମାଲକାନଗିରି, ଆଜି ବିଶ୍ୱ ଯୋଗ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ କୋଭିଡ ନିୟମ ପାଳନ ପୂର୍ବକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି!ଯୋଗ ଶିକ୍ଷକ ଇନ୍ଦ୍ର ଲାମା ଶିବିରରେ ବିଭିନ୍ନ ପ୍ରକାର ବ୍ୟାୟାମ, ଆସନ ଓ ପ୍ରାଣାୟାମ ମାନକରି ଦେଖାଇଥିଲେ ତାକୁ ଅନୁସରଣ କରି ସମସ୍ତେ ଯୋଗ କରିଥିଲେ!ଶ୍ରୀ ଲାମା କହିଥିଲେ ଯୋଗ ଓ ଆୟୁର୍ବେଦ ଶାସ୍ତ୍ର ହେଉଛି ଏକ ବିଜ୍ଞାନ ସମ୍ମତ ତେଣୁ ଏହାର ଉପଯୋଗରେ ଆମେ ବହୁତ ଲାଭ ପାଇପାରିବା!ବିଶେଷ କରି ଆମ ଭିତରେ ଥିବା ସମସ୍ତ ସକାରାତ୍ମକ ଶକ୍ତି କୁ ଜାଗ୍ରତ କରିପାରିବା!କରୋନା ଆକ୍ରାନ୍ତ ଙ୍କ ଫୁସଫୁସ ଅଧିକ ସଂକ୍ରମିତ ହେଉଛି ଏଥିପାଇଁ ୩ ଟି ପ୍ରାଣାୟମ ନିହାତି ଆବଶ୍ୟକ!ଏହି ଯୋଗ ଶିବିରରେ ବୁଲୁ ସେଠି, ଚନ୍ଦ୍ରକାନ୍ତ ମାଝୀ, ଟୁକୁନା ସେଠି, କାହ୍ନୁ ଚରଣ ବେହେରା, ସ୍ମୃତି ରଞ୍ଜନ ନାୟକ, ଦେବବ୍ରତ ପ୍ରଧାନ, ଅଲି ଖାନ, ଚିତ୍ତରଞ୍ଜନ ମହାରଣା, ଓ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO