
ମାଲକାନଗିରି, ଆଜି ବିଶ୍ୱ ଯୋଗ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ କୋଭିଡ ନିୟମ ପାଳନ ପୂର୍ବକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି!ଯୋଗ ଶିକ୍ଷକ ଇନ୍ଦ୍ର ଲାମା ଶିବିରରେ ବିଭିନ୍ନ ପ୍ରକାର ବ୍ୟାୟାମ, ଆସନ ଓ ପ୍ରାଣାୟାମ ମାନକରି ଦେଖାଇଥିଲେ ତାକୁ ଅନୁସରଣ କରି ସମସ୍ତେ ଯୋଗ କରିଥିଲେ!ଶ୍ରୀ ଲାମା କହିଥିଲେ ଯୋଗ ଓ ଆୟୁର୍ବେଦ ଶାସ୍ତ୍ର ହେଉଛି ଏକ ବିଜ୍ଞାନ ସମ୍ମତ ତେଣୁ ଏହାର ଉପଯୋଗରେ ଆମେ ବହୁତ ଲାଭ ପାଇପାରିବା!ବିଶେଷ କରି ଆମ ଭିତରେ ଥିବା ସମସ୍ତ ସକାରାତ୍ମକ ଶକ୍ତି କୁ ଜାଗ୍ରତ କରିପାରିବା!କରୋନା ଆକ୍ରାନ୍ତ ଙ୍କ ଫୁସଫୁସ ଅଧିକ ସଂକ୍ରମିତ ହେଉଛି ଏଥିପାଇଁ ୩ ଟି ପ୍ରାଣାୟମ ନିହାତି ଆବଶ୍ୟକ!ଏହି ଯୋଗ ଶିବିରରେ ବୁଲୁ ସେଠି, ଚନ୍ଦ୍ରକାନ୍ତ ମାଝୀ, ଟୁକୁନା ସେଠି, କାହ୍ନୁ ଚରଣ ବେହେରା, ସ୍ମୃତି ରଞ୍ଜନ ନାୟକ, ଦେବବ୍ରତ ପ୍ରଧାନ, ଅଲି ଖାନ, ଚିତ୍ତରଞ୍ଜନ ମହାରଣା, ଓ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଥିଲେ!