

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୀଡିତା ଜଣକ ବାରମ୍ବାର ଅଭିଯୁକ୍ତଙ୍କ ଠାରୁ ନାନା କଷ୍ଟ ପାଇ ଆସୁଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ସେ ଥାନାକୁ ଗଲେ, ଆଶା କରିଥିଲେ ତାଙ୍କୁ ସୁରକ୍ଷା ମିଳିବା ସହ ନ୍ୟାୟ ମିଳିବ । ହେଲେ ପୁଲିସ ଅଭିଯୁକ୍ତକୁ ସଠିକ୍ ପରିଚାଳନା କରିନପାରିବାରୁ ପୀଡିତା ଜଣକ ସବୁ ଭରଷା ହରାଇ ନିଜ ଜୀବନ ରକ୍ଷା ଲାଗି ଏହି ସହର ଛାଡି ଚାଲିଯାଇଥିବା ଖବର ମିଳିଛି । ମହିଳା ଶିଶୁ ମାନଙ୍କୁ ଓଡିଶା ପୁଲିସ ସୁରକ୍ଷା ଦେଉଛି ବୋଲି ଖୋଦ ପୁଲିସ ଡିଜି କହୁଛନ୍ତି, ହେଲେ ରାଉରକେଲା ପୁଲିସ ଏହି କାମକୁ କେତେ ଆଦର ଓ ଗୁରୁତ୍ୱ ଦେଇ କରିଛି ତାହା ଏହି ଘଟଣାରୁ ଅନୁମାନ କରାଯାଇପାରେ । ଏହି ଘଟଣାରେ ଫେରାର ହୋଇଥିବା ଯୁବକ ଜଣେ ପ୍ରଭାବଶାଳୀ ଓ ଭିନ୍ନ ଚରିତ୍ରର ହୋଇଥିବା କୁହାଯାଉଥିବାରୁ ଓ ପୁଲିସ ଏଠାରେ ସେତେଟା ସାଧାରଣ ଲୋକଙ୍କର ବିଶ୍ୱାସଭାଜନ ହୋଇନଥିବା ଅନୁଭବ କରି ମହିଳା ଜଣକ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ସହରରେ ଅନେକ ମହିଳା ସଂଗଠନ ରହିଛି, ସେମାନଙ୍କ ଭିତରୁ ଅନେକ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ଜଣାପଡିଛି । ତେବେ ସେପଟେ ରାଉରକେଲା ପୁଲିସ ମୁଖିଆ ଏହି ମାମଲାରେ ୨ ଜଣ କନେଷ୍ଟବଳ ଓ ଜଣେ ହାବିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିବା ସହ ଅଭିଯୁକ୍ତକୁ ଖୋଜୁଥିବା କୁହାଯାଉଛି । ରାଉରକେଲା ପୁଲିସ ଜିଲ୍ଲାରେ ବାସ୍ତବରେ ଥାନା ଗୁଡିକ ଲୋକଙ୍କ ସେବାରେ ଅଛନ୍ତି ନା ନାହିଁ ସେସବୁକୁ ଦେଖିବା ଲାଗି ଥିବା ଡିଏସପି ମାନେ ସଠିକ୍ ଭାବେ ଏସବୁକୁ ଦେଖୁ ନଥିବାରୁ ସମସ୍ୟା ଏଭଳି ବଢୁଥିବା କୁହାଯାଉଛି । ପୂର୍ବତନ ଏସପି କେ.ଶିବାଙ୍କ ସମୟରେ ଏହିଭଳି ପୁଲିସର ଛବି ନଷ୍ଟ ହେବା ଆରମ୍ଭ ହେବାର କିଛି ଦିନ ପରେ ସେ ଏଠାରୁ ଯାଇଥିଲେ । ପରେ ନୂଆ ଏସପି ଆସିବା ପରେ କିଛି ମାସ ସଠିକ୍ ଭାବେ ଚାଲିବା ସହ ମହିଳା ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନୂଆ ଏସପିଙ୍କ ଭୂମିକାକୁ ଖୋଦ୍ ବିରୋଧୀ ଦଳରେ ଥିବା ମହିଳା ନେତ୍ରୀ ମାନେ ପ୍ରଶଂସା କରୁଥିଲେ । ତେବେ ବର୍ତମାନ ଏସପିଙ୍କର ଚାରିପଟେ ଥିବା ଅଧିକାରୀ ମାନେ ତାଙ୍କୁ କାମ କରିବାରେ କିଭଳି ସହଯୋଗ କରୁଛନ୍ତି, କିଭଳି ସୂଚନା ତାଙ୍କୁ ଦେଉଛନ୍ତି ଓ ସେ ଏସବୁ ସମସ୍ୟା ଗୁଡିକ ବିଷୟରେ ସେ କିଭଳି ଚିତ୍ର ପାଉଛନ୍ତି ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ଅନ୍ୟପକ୍ଷରେ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏନେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଡ଼ାକ୍ତରୀ ମାଇନା ପାଇଁ ଅଭିଯୁକ୍ତକୁ ନିଆଯାଉଥିବା ସମୟରେ ତା ହାତରେ ହ୍ୟାଣ୍ଡକପ୍ ନଥାଇ କିଭଳି ତାକୁ ନିଆଗଲା ଯାହାର ଫାଇଦା ଉଠାଇଥିଲା ଅଭିଯୁକ୍ତ । ଏହି ମାମଲାରେ ଅଭିଯୁକ୍ତ ବିରୋଧରେ ଦଫା ୨୨୪ ଓ ସୁରକ୍ଷା ଦାୟୀତ୍ୱରେ ଥିବା କର୍ମଚାରୀଙ୍କ ବିୟୋଗରେ ଦଫା ୨୨୩ ଅନୁଯାୟୀ ମାମଲା ରୁଜ୍ଜୁ ହେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି ଓ ଘଟଣା ସମ୍ପର୍କରେ ଆଉ ସବୁ କେଉଁ ଜାଗାରେ ଭୁଲ୍ ରହିଲା ଏ ସମ୍ପର୍କରେ ପୋଲିସର ବରିଷ୍ଠ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି ।