କେନ୍ଦ୍ରାପଡ଼ା – ଜିଲ୍ଲା ଅବକାରୀ ବିଭାଗର ଜଣେ ପୁରୁଣା କିରାଣୀ ଦୀର୍ଘ ୧୦ ବର୍ଷ ହେଲା କେନ୍ଦ୍ରାପଡା ଅବକାରୀ ବିଭାଗର ମୋହ ଛାଡିପାରୁନାହାଁନ୍ତି । ତାଙ୍କର ବଦଳି ଆଦେଶ ପରେ ମଧ୍ୟ ଆସିଥିବା ନୂଆ କିରାଣୀକୁ ଜଏନ୍ କରାଇ ନଦେଇ ଅତି ଦମ୍ଭରେ ବସି ରହିଛନ୍ତି । ତାଙ୍କ ସ୍ଥାନରେ ଅବସ୍ଥାପିତ ନୂଆ କିରାଣୀ କେନ୍ଦ୍ରାପଡା କାର୍ଯ୍ୟାଳୟରେ ଯୋଗଦେବା ପାଇଁ ପହଁଚିଥିଲେ ମଧ୍ୟ ତାଙ୍କୁ ଜଏନ୍ କରାଇ ନଦେଇ ନିଜ ଜାଗାରେ ମାଡି ବସିଛନ୍ତି ଏହି କରିତ୍ କର୍ମା କିରାଣୀ ଜଣକ । ଅବକାରୀ ବିଭାଗ କମିଶନରଙ୍କ ଚିଠି ନମ୍ବର ଏଲ୍ -୩୬/୨୦୧୯ – ୮୯୩୮ ତା ୧୮.୧୦.୨୦୧୯ ନିଦେ୍ର୍ଧଶ ମୁତାବକ କନିଷ୍ଟ କିରାଣୀ ଦେବବ୍ରତ ବେହେରାଙ୍କର ପୁରୀ ଅବକାରୀ କାର୍ଯ୍ୟାଳୟକୁ ଓ ବୈାଦ୍ଧ କାର୍ଯ୍ୟାଳୟର କନିÂ କିରାଣୀ ସନ୍ଦିପ୍ କୁମାର ପଟ୍ଟନାୟକଙ୍କର କେନ୍ଦ୍ରାପଡା ଅବକାରୀ କାର୍ଯ୍ୟାଳୟକୁ ବଦଳି ହୋଇଥିଲା । କାର୍ଯ୍ୟାଳୟରୁ ରିଲିଫ୍ ହେବାକୁ ୨୧.୧୦.୨୦୧୯ ତାରିଖ ନିର୍ଦ୍ଧିଷ୍ଟ ଥିଲେ ମଧ୍ୟ କେନ୍ଦ୍ରାପଡା କାର୍ଯ୍ୟାଳୟର ସଂପୃକ୍ତ କିରାଣୀ ଜଣକ ଜାଗା ଛାଡୁ ନାହାଁନ୍ତି । ଅପରପକ୍ଷରେ ବୈାଦ୍ଧ କାର୍ଯ୍ୟାଳୟର କିରାଣୀ ଜଣକ ଏଠାକୁ ଯୋଗଦେବା ପାଇଁ ଆସି ହଟହଟା ହେଉଛନ୍ତି । ଏ ସଂପର୍କରେ ନୂଆ କିରାଣୀ ସନ୍ଦିପ୍ ଅବକାରୀ ବିଭାଗ ସୁପରିଟେଣ୍ଡେଂଟ୍ ଓ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ କାର୍ଯ୍ୟରେ ଯୋଗଦେବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।
Related Stories
December 2, 2024