ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଆଗାମୀ ୨୧ ତାରିଖ ଦିନ ରକ୍ମିଣୀଙ୍କୁ ବିବାହ କରିବେ ପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିରରେ ବୈଦିକ ରିତିରେ ସମ୍ପନ୍ନ ହେବ ଦେବ ବିବାହ ନୀତି । ଏହାପୂର୍ବରୁ ରକ୍ମିଣୀଙ୍କୁ ହରଣ କରିବେ ମହାପ୍ରଭୁ ପରମ୍ପରା ଅନୁଯାୟୀ ସେଦିନ ଭୋଗମଣ୍ଡପ ପରେ ରତ୍ନସିଂହାସନରୁ ମହାଲକ୍ଷ୍ମୀ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିବେ । ମଦନମୋହନଙ୍କୁ ସିଂହାସନକୁ ନିଆଯିବ। ଜୟବିଜୟ ଦ୍ଵାର ନିକଟରେ ମଦନମୋହନ ବିଜେ କରିବା ବେଳେ ରୁକ୍ମଣୀ ପଠାଇଥିବା ଚିଟାଉ ବିପ୍ର ବ୍ରାହ୍ମଣ ପ୍ରଦାନ କରିବେ ସେଠାରେ ବଚନିକା ହେବ । ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କରୁଥିବା ବେଳେ ମଦନମୋହନ ସେଠାରେ ପହଞ୍ଚିବେ । ରୁକ୍ମଣୀ କୁ ମହାପ୍ରଭୁ ସେଠାରୁ ହରଣ କରିବା ବିଧି ରହିଛି ।ବିବାହ ମଣ୍ଡପକୁ ମହାପ୍ରଭୁ ଏବଂ ରଙ୍ଗିଣୀଙ୍କୁ ନିଆଯିବ । ଶାସ୍ତ୍ରୀୟ ମତ ଅନୁଯାୟୀ ସେଠାରେ ବିବାହ ସମ୍ପନ୍ନ ହେବ । ସେଦିନ ଶ୍ରୀଜୀଉଙ୍କ ବଡ଼ସିଂହାର ଭୋଗ ଶେଷହେବା ପରେ ନବବିବାହିତ ଦେବଦମ୍ପତି ଭିତରକୁ ବିଜେ କରିବେ । ଶ୍ରୀଜୀଉଙ୍କ ବିବାହ ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତେଲିଙ୍ଗି ବାଜା ବଜାଯିବ ।ଚମ୍ପକ ଦ୍ୱାଦଶୀ ତିଥିରେ ୨୨ ତାରିଖ ଦିନ ଦାରୁବ୍ରହ୍ମଙ୍କ ମଙ୍ଗଳଆଳତି ପରେ ଠାକୁର ଦକ୍ଷିଣିଘରକୁ ବିଜେ କରିବେ । ଦ୍ଵିତୀୟ ଭୋଗ ମଣ୍ଡପ ଉଠିବା ସହ ଦକ୍ଷିଣିଘର ଭୋଗ ପରେ ବିବାହ ଠାକୁରଙ୍କୁ ଭିତରକୁ ନିଆଯାଇ ବନ୍ଦାପନା କରାଯିବ । ଏହାପରେ ରୁକ୍ମଣୀଙ୍କ ସହ ମହାପ୍ରଭୁ ପାଲିଙ୍କିକୁ ବିଜେ କରିବେ । ଦେବଦମ୍ପତିଙ୍କ ଗୁଆଲିଯାତ୍ରା ଅନୁଷ୍ଠିତ ହେବ । କରୋନା କଟକଣା ଯୋଗୁଁ ଚଳିତ ବର୍ଷ ନିରାଡମ୍ବର ଭାବେ ଏହି ଯାତ୍ରା ସମ୍ପନ୍ନ ହେବ । ସହରର ବିଭିନ୍ନ ଅଞ୍ଚଳ ଦେବଦମ୍ପତି ପରିକ୍ରମା କରିବେ । ରାତିରେ ଶ୍ରୀଜୀଉଙ୍କ ବଡ଼ସିଂହାର ବେଶ ପରେ ବିବାହ ଠାକୁର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।
ଏହାପରେ ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ ଅନୁଷ୍ଠିତ ହେବ । ରକ୍ମିଣୀ ବିବାହ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି । କେବଳ ପାଳିଆ ସେବାୟତଙ୍କୁ ନେଇ ରୁକ୍ମଣୀ ବିବାହ ନୀତି କରିବାକୁ ସ୍ଥିର କରିଛି ପ୍ରଶାସନ । ରୁକ୍ମଣୀ ବିବାହ ନୀତି ପାଇଁ କେତେକ ସେବାୟତଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ନିମନ୍ତ୍ରଣପତ୍ର ବଣ୍ଟାଯାଇଛି । ପ୍ରତ୍ୟେକ ବର୍ଷ ବାଜା, ରୋଷଣୀ ଏବଂ ଆତସବାଜି ପ୍ରଦର୍ଶନୀ ସହ ଶତାଧିକ ସେବାୟତ ଓ ଭକ୍ତଙ୍କ ଗହଣରେ ଦେବଦମ୍ପତି ଗୁଆଲିଯାତ୍ରା କରିଥାଆନ୍ତି । ଚଳିତବର୍ଷ କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସମ୍ଭାବନା ରହିଛି।
Related Stories
November 24, 2024