କେନ୍ଦ୍ରାପଡ଼ା – ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାର ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁÂିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ କୃଷକ ମାନଙ୍କ ଫସଲହାନୀ ଜନିତ କ୍ଷୟକ୍ଷତିର ଭରଣା ପାଇଁ ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବାପାଇଁ ଆଲୋଚନା କରାଯାଇଥିଲା । ଏହି ବୀମା ଯୋଜନାକୁ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଦାୟିତ୍ୱରେ ଥିବାବେଳେ ଜିଲ୍ଲାରେ ଏହାର ପରିଚାଳନା ପାଇଁ ଜିଲ୍ଲା କୃଷି ବିଭାଗ, ପରିସଂଖ୍ୟାନ ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ଉଦ୍ୟମ ଦ୍ୱାରା ଜିଲ୍ଲାର ଚାଷୀମାନେ ଉପକୃତ ହୋଇପାରିବେ । ଫସଲ ଅମଳ ସମୟରେ ଏହି ତିନୋଟି ବିଭାଗ ଫସଲର ଅମଳ ପରିମାଣ ଅନୁଯାୟୀ ବିମା କମ୍ପାନୀଙ୍କ ନିକଟରେ ଦାବି ଉପସ୍ଥାପନ କରିପାରିବେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମହେଶ ପ୍ରସାଦ ରଥ, ସହକାରୀ ମୁଖ୍ୟ କୃଷି ଅଧିକାରୀ ସେକ୍ ଏହେସାନ୍ଙ୍କ ସମେତ ଜିଲ୍ଲାରେ ବିମା ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ନେଇଥିବା ଏଚ୍ଡିଏଫ୍ସି – ଏରଗୋ କମ୍ପାନୀର କର୍ମକର୍ତା ଓ କୃଷି ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024