
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଚୋର ମାନଙ୍କର ଆତଙ୍କ ସବୁଠାରେ ବଢିବାରେ ଲାଗିଛି । ଚୋରି କରିବା ପାଇଁ ଚୋର ମାନେ ଦିନ ରାତି ଦେଖୁନାହାନ୍ତି, ସମୟ ସୁଯୋଗ ମିଳିଲେ ହାତ ମାରି ଦେଉଛନ୍ତି ଲୋକଙ୍କର ଦାମିକିଆ ଗାଡ଼ି ଉପରେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ନିବାସୀ ମହେଶ୍ୱର ସାହୁ ଙ୍କ ଘରେ । ମିଳିଥିବା ସୂଚନା ମୁତାବକ ଗତକାଲି ରାତ୍ର ପ୍ରାୟ ୧ ଘଣ୍ଟା ସମୟରେ କେତେ ଜଣ ଦୁର୍ବୁର୍ତ୍ତ ରାଜରାସ୍ତାକୁ ଲାଗି ରହିଥିବା ମହେଶ୍ୱର ସାହୁ ଙ୍କ ଘର ପରିସରରେ ରହିଥିବା ହୋଣ୍ଡା ସାଇନ୍ ମୋଟର ସାଇକେଲ କୁ ଠେଲି ଠେଲି ବାହାରକୁ ଆଣିବା ପରେ ହେଣ୍ଡେଲ ଲକ୍ ଭାଙ୍ଗି ଷ୍ଟାର୍ଟ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଗାଡ଼ି ମାଲିକ ତାଙ୍କ ଘର ବାରଣ୍ଡାରେ ଗାଡି ନ ଥିବା ଦେଖି ଏ ସମ୍ପର୍କରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ସିସି ଟିଭି ଫୁଟେଜ ଗୁଡିକୁ ଯାଞ୍ଚ କରିବା ସହ, ତୁରନ୍ତ ଦୃବୃତ୍ତ ମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିବା ଫାଣ୍ଡି ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା ସୁଚନା ଦେଇଛନ୍ତି ।ପ୍ରକାଶ ଥାଉକି ଗତ ଦୁଇ ଦିନ ତଳେ ମାଲକାନଗିରି ତଳସାହି ଶିବ ମନ୍ଦିର ନିକଟରୁ ଦୁଇ ଟି ମୋଟର ସାଇକେଲ ଚୋରି ହୋଇଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO