ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଚୋର ମାନଙ୍କର ଆତଙ୍କ ସବୁଠାରେ ବଢିବାରେ ଲାଗିଛି । ଚୋରି କରିବା ପାଇଁ ଚୋର ମାନେ ଦିନ ରାତି ଦେଖୁନାହାନ୍ତି, ସମୟ ସୁଯୋଗ ମିଳିଲେ ହାତ ମାରି ଦେଉଛନ୍ତି ଲୋକଙ୍କର ଦାମିକିଆ ଗାଡ଼ି ଉପରେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ନିବାସୀ ମହେଶ୍ୱର ସାହୁ ଙ୍କ ଘରେ । ମିଳିଥିବା ସୂଚନା ମୁତାବକ ଗତକାଲି ରାତ୍ର ପ୍ରାୟ ୧ ଘଣ୍ଟା ସମୟରେ କେତେ ଜଣ ଦୁର୍ବୁର୍ତ୍ତ ରାଜରାସ୍ତାକୁ ଲାଗି ରହିଥିବା ମହେଶ୍ୱର ସାହୁ ଙ୍କ ଘର ପରିସରରେ ରହିଥିବା ହୋଣ୍ଡା ସାଇନ୍ ମୋଟର ସାଇକେଲ କୁ ଠେଲି ଠେଲି ବାହାରକୁ ଆଣିବା ପରେ ହେଣ୍ଡେଲ ଲକ୍ ଭାଙ୍ଗି ଷ୍ଟାର୍ଟ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଗାଡ଼ି ମାଲିକ ତାଙ୍କ ଘର ବାରଣ୍ଡାରେ ଗାଡି ନ ଥିବା ଦେଖି ଏ ସମ୍ପର୍କରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ସିସି ଟିଭି ଫୁଟେଜ ଗୁଡିକୁ ଯାଞ୍ଚ କରିବା ସହ, ତୁରନ୍ତ ଦୃବୃତ୍ତ ମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିବା ଫାଣ୍ଡି ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା ସୁଚନା ଦେଇଛନ୍ତି ।ପ୍ରକାଶ ଥାଉକି ଗତ ଦୁଇ ଦିନ ତଳେ ମାଲକାନଗିରି ତଳସାହି ଶିବ ମନ୍ଦିର ନିକଟରୁ ଦୁଇ ଟି ମୋଟର ସାଇକେଲ ଚୋରି ହୋଇଥିଲା!
Related Stories
May 19, 2024