

Related Stories
May 10, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଧୀନରେ ଥିବା କୁଡୁମୁଲୁଗୁମା ଫାଣ୍ଡି ପୋଲିସ ୧ 0୫ କେଜି ଗଞ୍ଜେଇ ଜବତ କରିବାସହ ଏହି ଚୋରା ଚାଲାଣ କରୁଥିବା ଜଣ ଙ୍କୁ ଗିରଫ କରିଥିବା ଜଣାପଡିଛି!ମିଳିଥିବା ସୂଚନା ଅନୁଯାୟୀ କଣ୍ଡେଲ ଗ୍ରାମର ନିରଞ୍ଜନ ଆଦିବାରୀ ମାରୀଗୁଡା ଠାରୁଏକ ବସ୍ତା ରେ ଗଞ୍ଜେଇ ଧରି ଚାଲି ଚାଲି ଯାଇ ବାଲିମେଳା -ଗୋବିନ୍ଦପାଲି ମୁଖ୍ୟ ରାସ୍ତାର ଜବଗଡ଼ ଠାରେ ଗାଡ଼ି ରେ ଗଞ୍ଜେଇ ପଠାଇବାପାଇଁ ଜଗି ରହିଥିବା ସୂଚନା ପାଇଁ କୁଡୁମୁଲୁଗୁମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଙ୍କ ନେତୃତ୍ୱରେ ପୋଲିସ ଟିମ ଜବଗଡ଼ ଯାଇ ରାସ୍ତାରେ ଗଞ୍ଜେଇ ବସ୍ତା ଧରି ଛିଡା ହୋଇଥିବା ନିରଞ୍ଜନ କୁ ଗିରଫ କରି ଫାଣ୍ଡିକୁ ଆଣିଥିଲେ!ଓଜନ କରିବାରୁ ଉକ୍ତ ବସ୍ତା ରେ ୧0୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା!ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ମହାରଣା ପ୍ରକାଶ କରିଛନ୍ତି!ଗିରଫ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଛି!