
ମାଲକାନଗିରି, ବର୍ଷା ଆଗମନ ସହ ବିଭିନ୍ନ ସ୍ଥାନରେ ଚାଷୀ ଚାଷକାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପଡିଆ ବ୍ଳକ ସଦର ମହକୁମା ଠାରୁ ମାତ୍ର ଦେଢ କିମି ଦୂରରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ନିକଟବର୍ତ୍ତୀ ଜମିରେକୁଢ଼ କୁଢ଼ ମଦ ବୋତଲ ପଡି ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାସହ ଚାଷୀ କିପରି ଚାଷ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ଏହି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ମଦ କିଣି ଗ୍ରାହକ ଆଖାପାଖ ଅଞ୍ଚଳ ରେ ଥିବା ଖୋଲା ଚାଷ ଜମି ଗୁଡ଼ିକରେ ବସି ମଦ୍ୟପାନ କରି କୁଢକୁଢ କାଚ ବୋତଲ ଜମା କରିଥିବା ଦେଖିବାକୁ ମିଳିଛି। ମଦ ଦୋକାନ ଚତୁଃପାର୍ଶ୍ୱରେ ଥିବା ଜମି ରେ ହଜାର ହଜାର ମଦ ବୋତଲ ଗୁଡିକ ଭଙ୍ଗା ଯାଇଥିବାରୁ କାଚ ଖଣ୍ଡ ପଡ଼ି ଜମି ଗୁଡିକ ଚାଷ ଅନୁପଯୋଗୀ ହୋଇପଡିଛି। ଏ ଦିଗରେ ପୂର୍ବରୁ ସ୍ଥାନୀୟ ଲୋକ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ଉକ୍ତ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ଦୃଷ୍ଟି ଦେଉନଥିବା କୁହାଯାଉଛି। ଅନ୍ୟପଟେ ସରକାର ଙ୍କ ରାଜକୋଷକୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଅବକାରୀ ଟ୍ୟାକ୍ସ ଆସୁଥିଲେ ମଧ୍ୟ ମଦ ଦୋକାନ ର ଆଖପାଖ ପରିବେଶ ଓ ବିଧିବଦ୍ଧ ନିୟମ ମଧ୍ୟରେ ମଦ ବିକ୍ରି ଦିଗରେ ଲଗାମ ଛଡା ନୀତି ଅବଲମ୍ବନ କରାଯାଉଥିବା କୁହାଯାଉଛି। ପଡିଆ ସ୍ଥିତ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ରୁ ସ୍ଥାନୀୟ ଅଞ୍ଚଳ ସହ ପଡୋଶୀ ଛତ୍ତିଶଗଡ଼ ର ଗ୍ରାହକ ନିର୍ଭରଶୀଳ ଥିବାରୁ ଦୈନିକ ହଜାର ହଜାର ସଂଖ୍ୟାରେ କାଚ ବୋତଲ ଆଖାପାଖ ଜମି ଓ ଶାବେରୀ ନଦୀ କୂଳରେ ଦେଖିବାକୁ ମିଳୁଛି। ଗତ କିଛି ସପ୍ତାହ ଧରି ସୀମା ସିଲ୍ ରହିଥିବାରୁ ଛତ୍ତିଶଗଡ଼ ଗ୍ରାହକ ଦେଖିବାକୁ ମିଳୁନଥିଲେ ମଧ୍ୟ ସ୍ଥାନୀୟ ଲୋକ ହୋମ ଡେଲିଭରି ଆଳରେ ଆଖପାଖ ଜମି ଓ ଶାବେରୀ ନଦୀ କୂଳରେ ମଦ୍ୟପାନ କରି କୁଢ କୁଢ ଆବର୍ଜନା ସ୍ରୁଷ୍ଟି କରୁଛନ୍ତି। ସରକାର ନିଲାମ ଓ ଟ୍ୟାକ୍ସ ମାଧମରେ କୋଟି କୋଟି ଟଙ୍କା ର ରାଜସ୍ୱ ସଂଗ୍ରହ କରୁଥିଲେ ମଧ୍ୟ ଏ ଦିଗରେ ଦୃଷ୍ଟି ଦିଆଯାଉନାହିଁ। ଯାହାଫଳରେ ବ୍ୟବସାୟୀ ମାନେ ବେଧଡ଼କ ମଦ ବିକ୍ରି କରୁଥିଲା ବେଳେ ପରିବେଶ ସୁରକ୍ଷା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ମଦ ଦୋକାନ ଆଖପାଖରେ ଥିବା ଚାଷ ଜମି ଗୁଡିକର ସୁରକ୍ଷା ଦିଗରେ ଦୃଷ୍ଟି ଦେବା ସହ ଅବକାରୀ ନିୟମ ମୁତାବକ ମଦ ବିକ୍ରି ଓ ମଦ୍ୟପାନ ଦିଗରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO