
ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨୦ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ ହୋଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ସ୍କ୍ୱାଡ୍ । ଏଠାରେ ଉଲ୍ଲେଖଯୋଗ୍ୟ, କେତେକ ବିଦେଶୀ ମଦ ବ୍ରାଣ୍ଡକୁ ଗତ କିଛି ବର୍ଷ ଧରି ଚୋରା ବେପାରୀ ମାନେ ନକଲି ଭାବେ ପ୍ରସ୍ତୁତ କରି ଏହାକୁ ଶସ୍ତା ମୂଲ୍ୟରେ ବଜାରରେ ବିକ୍ରୀ କରି ଆସୁଥିଲେ । ଏହି ବେଆଇନ କାରବାର କରୁଥିବା ବେପାରୀଙ୍କ ନିକଟରେ ପହଂଚିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ଉଦ୍ୟମ ଜାରୀ ରଖିଥିଲା ।