
ଭୁବନେଶ୍ୱର, କରୋନାରେ ବରିଷ୍ଠ ଓଡ଼ିଆ ଆଇଏଏସ ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ ହୋଇଛି । ୧୯୮୬ ଗୁଜୁରାଟ କ୍ୟାଡର ଆଇଏଏସ ଶ୍ରୀ ମହାପାତ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ୟ୍ୟରତ ଥିଲେ । ତାଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିୟୁଷ ଗୋୟଲ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ଼ ସ୍ୱର୍ଗତଃ ମହାପାତ୍ର ତାଙ୍କ ସହ ଉଭୟ ଗୁଜୁରାଟ ଓ କେନ୍ଦ୍ରରେ କାର୍ୟ୍ୟ କରିଥିଲେ । ନିଜର ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ସେ ପରିଚିତ ଥିଲେ ।ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ ତାଙ୍କର କର୍ମଭୂମି ଗୁଜୁରାଟ ଥିଲେ ମଧ୍ୟ ଓଡ଼ିଶା ଜଣେ ପ୍ରକୃତ ଯୋଦ୍ଧାଙ୍କୁ ହରାଇଲା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO