
ଗଞ୍ଜାମ, ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଉତରାମୁଖୀ ସାହିରେ ପୂର୍ବ ଶତୃତାରୁ ଗଣ୍ଡଗୋଳ ଘଟି ହୋଇଥିବା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଶିବରାମ ସେଠୀ (୨୧) । କେସ୍ ନଂ ୧୨୨/୨୧ ରେ ଅଭିଯୁକ୍ତ ଶିବରାମକୁ କୋର୍ଟଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପୋଲିସ ଜବତ କରିଛି । ଏହି ଘଟଣାରେ ଜଡ଼ିତ ଅନ୍ୟ ୨ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।
ପ୍ରକାଶ ଥାଉ କି, ଗତ ୧୫ ତାରିଖରେ ଚନ୍ଦନ ପ୍ରଧାନ ତାଙ୍କର ଦୁଇ ଜଣ ସାଙ୍ଗ ତେଫାନ ବେହେରା ଓ ମୁନା ମହାନ୍ତିଙ୍କ ସହିତ ବଚସା ହୋଇ ଛୁରାମାଡ଼ ହୋଇଥିଲା । ଘଟଣାରେ ଚନ୍ଦନ ଓ ତାଙ୍କର ଦୁଇ ଜଣ ସାଙ୍ଗ ଆହତ ହୋଇଥିଲେ । ଚନ୍ଦନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO