ଭୁବନେଶ୍ୱର – କରୋନା ନିୟମକୁ ପାଳନ କରି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ର ସତରଟି ଜିଲ୍ଲାରେ ସକାଳ 6ଟା ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏବଂ ଉପକୂଳ ଓଡ଼ିଶାର 13ଟି ଜିଲ୍ଲାରେ ସକାଳ 6ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମିଠା ଦୋକାନ ଗୁଡିକ ଖୋଲା ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟସରକାରଙ୍କ ପକ୍ଷରୁ ଘୋଷଣା କରିଛନ୍ତି l ଦୋକାନୀମାନେ କେବଳ ପାର୍ସଲ ଜରିଆରେ ମିଠା ବିକି ପାରିବେ ବୋଲି କୁହାଯାଇଛି l ଏହା ଫଳରେ ରାଜ୍ୟର ଦୁଗ୍ଧଚାଷୀମାନଙ୍କ ପକ୍ଷରୁ ଆଶ୍ବସ୍ତି ପ୍ରକାଶ ପାଇଛି l ଓଡିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ଅଦକ୍ଷ ଶ୍ରୀ ରବି ବେହେରା ଏହି ଘୋଷଣାକୁ ସ୍ୱାଗତ କରି କହିଛନ୍ତି ଯେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଦଶ ଲକ୍ଷ ଦୁଗ୍ଧଚାଷି ପରିବାର ଏହାଦ୍ୱାରା ଉପକୃତ୍ୟ ହୋଇପାରିବେ l ତାଲାବନ୍ଦର ସୁଯୋଗ ନେଇ ଯେଉଁ ଅସାଧୁ ବ୍ୟବସାୟୀମାନେ ଗୋଖାଦ୍ୟର ଅହେତୁକ ଦରବୃଦ୍ଧ କରିଛନ୍ତି ତାହାକୁ ସରକାର ନିୟନ୍ତ୍ରଣ କରିବାକୁ ସେ ଦାବି କରିଛନ୍ତି l ଉଠାଦୋକାନୀଙ୍କ ପାଇଁ ରାଜ୍ୟସରକାର ଯେଇଁଭଳି ଛବିସ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ସେହିଭଳି କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଶ୍ରୀ ବେହେରା କୃଷିମନ୍ତ୍ରୀ ଡ଼. ଅରୁଣ ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଅନୁରୋଧ କରିଛନ୍ତି l