
ବ୍ରହ୍ମପୁର: କରୋନାରେ ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣା ମୁତାବକ ମହିଳା ଓ ଶିଶୁ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ଅନାଥ ଶିଶୁମାନଙ୍କୁ ‘ଗ୍ରୀନ ପାସେଜ’ ଯୋଜନାରେ ସାମିଲ କରାଯିବ। ଏପରିକି ଯଦି କେଉଁ ପିଲା ବୃତ୍ତି ଗତ ଶିକ୍ଷା ଯଥା ମେଡିକାଲ କିମ୍ବା ଇଞ୍ଜିନିୟରିଂ ପାଠପଢିବେ ସେ ସବୁ ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ। ଯଦି ଏବେ କେଉଁ ପିଲା ଘରୋଇ ସ୍କୁଲରେ ପାଠ ପଢୁଥିବେ ସେମାନଙ୍କ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର। ଏହା ନୀତୀଗତ ଭାବେ ନିଷ୍ପତ୍ତି ହୋଇଛି। ଏଯାଏଁ ରାଜ୍ୟରେ ମୋଟ ୩୫ ଜଣ ଅନାଥ ଶିଶୁ ଚିହ୍ନଟ ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ୩ ଜଣ ଅନାଥ ଶିଶୁଙ୍କୁ ଚିହ୍ନଟ ହୋଇଛି । ସେମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ମାସିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି। ସେହିପରି ଗଞ୍ଜାମ ଜିଲ୍ଲାରେ କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ସ୍ତ୍ରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ସ୍ୱତନ୍ତ୍ର ବିଧବା ଭତ୍ତାରେ ମାସିକ ୫୦୦ ଟଙ୍କା ପ୍ରଦାନ କରାଯିବା ପ୍ରକ୍ରିୟା ଚାଲୁ ରହିଛି।
ବେଲଗୁଣ୍ଠା ବ୍ଲକରେ ୨ ଜଣ, ଭଞ୍ଜନଗରରେ ୧୫, ବୁଗୁଡ଼ାରେ ୮, ଛତ୍ରପୁରରଜ ୧, ଚିକିଟିରେ ୧, ଧରାକୋଟରେ ୩, ଖଲ୍ଲିକୋଟରେ ୯, ପୋଲସରାରେ ୬, ରଙ୍ଗେଇଲୁଣ୍ଡାରେ ୪, ସାନଖେମୁଣ୍ଡିରେ ୬, ଶେରଗଡ଼ରେ ୪, ଆସିକା ଏନ୍ଏସିରେ ୨, ବୁଗୁଡ଼ା ଏନଏସିରେ ୧, ଛତ୍ରପୁର ଏନ୍ଏସି ରେ ୩, ଚିକିଟି ଏନଏସିରେ ୧, ହିଞ୍ଜିଳିକାଟୁ ପୈାରପରିଷଦରେ ୩, ଖଲ୍ଲିକୋଟ ଏନଏସିରେ ୧, କୋଦଳା ଏନ୍ଏସି ରେ ୧, ପୋଲସରା ଏନଏସି ରେ ୫, ପୁରୁଷୋତ୍ତମପୁର ଏନଏସି ରେ ୧, ରମ୍ଭା ଏନ୍ଏସିରେ ୧ ଜଣ। ଏହି ପରି ଗଞ୍ଜାମ ଜିଲ୍ଲାରୁ ମୋଟ ୭୮ ଜଣ ସ୍ୱତନ୍ତ୍ର ବିଧବା ଭତ୍ତା ପାଇଁ ଚିହ୍ନଟ ହୋଇ ସାମିଲ ହୋଇଥିବା ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ସୂଚନା ଦେଇଛନ୍ତି। ବହୁ ପରିବାର ପାଖରେ କରୋନା ମୃତ୍ୟୁର ପ୍ରମାଣ ପତ୍ର ନଥିବାରୁ ହିତାଧିକାରୀ ଚୟନ କରିବା ବ୍ଲକ ପ୍ରଶାସନକୁ ଅଡ଼ୁଆରେ ପକାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO