
ମାଲକାନଗିରି, ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୬ ୮ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9649ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 8944 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୬ ୬ ୭ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ ଆଜି ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି!ଏଥିସହ ମୃତ୍ୟୁ ସଂଖ୍ୟା ୩ ୮ କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର ୧ ୩ ର ମେନ ରୋଡ , ୱାର୍ଡ ନମ୍ବର ୬ ପୁରୁଣା ପୋଷ୍ଟ ଅଫିସ ସାହି, ୱାର୍ଡ ନମ୍ବର ୮ ହାଇଟେକ କଲୋନୀ, ୱାର୍ଡ ନମ୍ବର ୫. ମଲ୍ଲିକେଶ୍ୱର ସାହି, ୱାର୍ଡ ନମ୍ବର ୧ ୬ ଏମଭି ୨ ଓ ୱାର୍ଡ ନମ୍ବର ୧ ୯ ଆର କେ ଟାୱାର ରୁ ୮ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ତମସା ଓ ପେଡାକୋଣ୍ଡା ପଞ୍ଚାୟତରୁ ୧ 0ଜଣ! କୋରୁକୋଣ୍ଡା ବ୍ଲକର ସୋମନାଥପୁର, ଚିତାପାରୀ -୩, ଡୁଡାମେଟା, ତାରଲାକୋଟା ଓ କୋରୁକୋଣ୍ଡା ପଞ୍ଚାୟତରୁ ୮ ଜଣ!ମାଥିଲି ବ୍ଲକର ଭେଜାଗୁଡା, ଚାଉଳମେନ୍ଦି ଓ ମେକା ପଞ୍ଚାୟତରୁ୩ ଜଣ!ଖଇରପୁଟ ବ୍ଲକର ଗୋବିନ୍ଦପାଲି,ରାସବେଡା , ଖଇରପୁଟ ଓ ପରକନମାଳା ପଞ୍ଚାୟତରୁ 14 ଜଣ!କାଲିମେଳା ବ୍ଲକ ର କାଲିମେଳା, ବଡିଗାଟା, ଲୁଗେଲ, ଭୁବନପାଲି, କାଲିମେଳା, ମାନ୍ୟମକୋଣ୍ଡା,ଭେଙ୍କଟ ପାଲମ,କୋଇମେଟଲା ଓ ଗୁମୁକା ପଞ୍ଚାୟତରୁ ୧ ୯ ଜଣ!ପଡିଆ ବ୍ଲକର ପଡିଆ, ମାଟେରୁ, ବାପନପାଲି ଓ ପଡିଆ ପଞ୍ଚାୟତରୁ ୩ ଜଣ!ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୮ ଓ ୱାର୍ଡ ନମ୍ବର ୯ ରୁ ୨ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତରୁ ଜଣେ ଚି଼ ହ୍ନଟ ହୋଇଛନ୍ତି ! ଏମାନଙ୍କ ମଧ୍ୟରୁ୨ ଜଣ କରୋନା ଯୋଦ୍ଧା ଅଛନ୍ତି! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!