
ମାଲକାନଗିରି,ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗିରକାନପଲ୍ଲୀ ପଞ୍ଚାୟତରେ ପଡିଆ ସାମ୍ବାଦିକଙ୍କ ମିଳିତ ସହଯୋଗରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ଗ୍ରାମାଞ୍ଚଳରେ ଥିବା ଗରିବ ଅସହାୟ, ଶାରୀରିକ ବିକଳାଙ୍ଗଙ୍କୁ ସହାୟତ ଉଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା l ଗିରକାନପଲ୍ଲୀ ପଞ୍ଚାୟତର ସରପଞ୍ଚ ଦୁଲେ ମାଢ଼ି ଓ ଯୋଗାଣ ସହାୟକ ଈଶ୍ୱର ମାଝୀ ଓ ଅନ୍ୟାନ୍ୟ ସମାଜ ସେବି ମାନେ ଯୋଗ ଦେଇଥିଲେ। ସରପଞ୍ଚ ଯୋଗି ମାଢି ଲୋକଙ୍କୁ କରୋନା ମହାମାରୀ ବିଷୟରେ ସଚେତନ କରିବା ସହ ଅନ୍ୟାନ୍ୟ ସର୍ତକତା ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଏରବାନ୍ ପାଲ୍ଲୀର ଲୋକ ଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଏନ. ରବି କୁମାର, ମାଦ୍ରି୍ ମେଶାକ୍, ରାଜେନ୍ଦ୍ର ପ୍ରସାଦ, ଚିନ୍ନାମ ଆନାକ,ସି ଏଚ ଚିନ୍ନା ସାମ୍ବାଦିକ ମାନେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ସହ କରୋନା ମହାମାରୀ ବିଷୟରେ ସଚେତନର ବାର୍ତ୍ତା ମଧ୍ୟ ଦେଇ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO