
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଶାଖାପାଟଣା ଜିଲ୍ଲା ମାମପା ଥାନା ଅନ୍ତର୍ଗତ ଟିଗଲାମେଟା ଜଙ୍ଘଲରେ ମାଓବାଦୀ ଙ୍କ ଏକ କ୍ୟାମ୍ପ ଚାଲିଥିବା ସୂଚନା ପାଇଁ ଏସଓଜି ଯବାନ ମାନେ ଅପେରସନ ରେ ବାହାରିଥିଲେ!ଆଜି ସକାଳୁ ଯବାନମାନେ କ୍ୟାମ୍ପ ନିକଟରେ ପହଞ୍ଚିବାକ୍ଷଣି ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ ଏହାର ଜବାବ ରେ ଯବାନ ମାନେ ଗୁଳି ଚଳାଇଥିଲେ!ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହେବା ପରେ ଯବାନଙ୍କ ସାମ୍ନା କରି ନପାରି ମାଓବାଦୀ ଛତ୍ରଭଙ୍ଗ ଦେଇପଳାଇଥିଲେ!ପରେ ଯବାନ ମାନେ ସର୍ଚ୍ଚ ଅପେରସନ କରିବାରୁ ଘଟଣା ସ୍ଥଳରେ ଜଣେ ମହିଳା ମାଓବାଦୀ ଙ୍କ ସମତେ ୬ ଜଣ ମାଓବାଦୀ ମରି ପଡ଼ିଥିବା ଏବଂ ନିକଟରେ ଏକେ47ବନ୍ଧୁକ ଗୋଟିଏ, ଏସ ଏଲ ଆର ବନ୍ଧୁକ ଗୋଟିଏ, ତ୍ରି ନଟ ତ୍ରି ବନ୍ଧୁକ ୩ ଟି ପଡ଼ିଥିବା ଦେଖିବାକୁ ପାଇଥିଲେ!୬ ମାଓବାଦୀ ଙ୍କ ଶବ ସହ ବନ୍ଧୁକ ଜବତ କରି ଯବାନ ମାନେ ଥାନାକୁ ଆଣିଥିଲେ!ମୃତ ମାଓବାଦୀ ଙ୍କ ବର୍ତ୍ତମାନ ପରିଚୟ ମିଳିନଥିବା ଜଣାପଡିଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO