

Related Stories
July 27, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଶାଖାପାଟଣା ଜିଲ୍ଲା ମାମପା ଥାନା ଅନ୍ତର୍ଗତ ଟିଗଲାମେଟା ଜଙ୍ଘଲରେ ମାଓବାଦୀ ଙ୍କ ଏକ କ୍ୟାମ୍ପ ଚାଲିଥିବା ସୂଚନା ପାଇଁ ଏସଓଜି ଯବାନ ମାନେ ଅପେରସନ ରେ ବାହାରିଥିଲେ!ଆଜି ସକାଳୁ ଯବାନମାନେ କ୍ୟାମ୍ପ ନିକଟରେ ପହଞ୍ଚିବାକ୍ଷଣି ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ ଏହାର ଜବାବ ରେ ଯବାନ ମାନେ ଗୁଳି ଚଳାଇଥିଲେ!ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହେବା ପରେ ଯବାନଙ୍କ ସାମ୍ନା କରି ନପାରି ମାଓବାଦୀ ଛତ୍ରଭଙ୍ଗ ଦେଇପଳାଇଥିଲେ!ପରେ ଯବାନ ମାନେ ସର୍ଚ୍ଚ ଅପେରସନ କରିବାରୁ ଘଟଣା ସ୍ଥଳରେ ଜଣେ ମହିଳା ମାଓବାଦୀ ଙ୍କ ସମତେ ୬ ଜଣ ମାଓବାଦୀ ମରି ପଡ଼ିଥିବା ଏବଂ ନିକଟରେ ଏକେ47ବନ୍ଧୁକ ଗୋଟିଏ, ଏସ ଏଲ ଆର ବନ୍ଧୁକ ଗୋଟିଏ, ତ୍ରି ନଟ ତ୍ରି ବନ୍ଧୁକ ୩ ଟି ପଡ଼ିଥିବା ଦେଖିବାକୁ ପାଇଥିଲେ!୬ ମାଓବାଦୀ ଙ୍କ ଶବ ସହ ବନ୍ଧୁକ ଜବତ କରି ଯବାନ ମାନେ ଥାନାକୁ ଆଣିଥିଲେ!ମୃତ ମାଓବାଦୀ ଙ୍କ ବର୍ତ୍ତମାନ ପରିଚୟ ମିଳିନଥିବା ଜଣାପଡିଛି!