ଗଂଜାମ – ବାଣ ତଥା ଆତସବାଜି ପାଇଁ ଶିବକାଶୀ ଯେପରି ଭାରତରେ ପ୍ରସିଦ୍ଧ ଲାଭ କରିଛି, ଗଂଜାମ ଜିଲ୍ଲାର ନଳବଂଟା ଗ୍ରାମ ସେପରି ବାଣ ତିଆରି ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏଠାରେ ବର୍ଷ ସାରା ବିବାହ, ବ୍ରତ ଇତ୍ୟାଦି ଯାନି ଯାତ୍ରା ପାଇଁ ବାଣ ପ୍ରସ୍ତୁତ ଚାଲିଥାଏ, ତେବେ ଦୀପାବଳୀ ପାଇଁ ବ୍ୟାପକ ତିଆରି ଚାଲିଥାଏ । ଏ ସବୁ ବାଣ କାରଖାନା ବିନା ଲାଇସେନ୍ସରେ ଚାଲିଥାଏ । ଭାରତର କଲିକତା ଓ ବିଭିନ୍ନ ସ୍ଥାନରୁ ବିସ୍ଫୋରକ ଦ୍ରବ୍ୟମାନ ଏଠାକୁ ବାଣକାର ମାନେ ଆଣି ତିଆରି କରିଥାନ୍ତି । ଅତୀତରେ ବାଣ ତିଆରୀ ବେଳେ ଘର ଦ୍ୱାର ପୋଡ଼ି ହେବା ସହ ମୃତାହତ ମଧ୍ୟ ଲୋକେ ହୋଇଥିବା ନଜର ରହିଛି । ଲୋକ ଦେଖାଣିଆ ଭାବେ ପୁଲିସ ଚଢ଼ାଉ କରି ନକଲି ବାଣ କାରଖାନା ଉପରେ ଚଢ଼ାଉ କରି ହାତ ଚିକଣ କରନ୍ତି । ପୋଳିସ ଚଢ଼ାଉ ବେଳେ ବାଣ କାରଖାନା କରୁଥିବା ଅଶୋକ ଦାସ ଭଳି ବ୍ୟକ୍ତି ଖସି ଯାଉଥିବା ବେଳେ ବାଣ ତିଆରି କାମରେ କାର୍ଯ୍ୟରତ ଶ୍ରମିକ ମାନେ ପୁଲିସ ଦ୍ୱାରା ଟଣା ହୋଇ କୋର୍ଟ ଚାଲାଣ ହେଉଛନ୍ତି । ଏଣୁ ପୁଲିସ ଉଚ୍ଚ କର୍ତୃପକ୍ଷ ନଳବଂଟା ଗ୍ରାମରେ ପ୍ରସ୍ତୁତ ବିନା ଲାଇସେନ୍ସରେ କାରଖାନା ଉପରେ ଚଢ଼ାଉ କରିବାକୁ ଦାବି ହେଉଛି ।
Related Stories
November 24, 2024
November 24, 2024