
ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ର ବିଭିନ୍ନ ପଞ୍ଚାୟତରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ୯ ୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ବିଧବା ଭତ୍ତା, ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ, ସ୍ଵାମୀ ପରିତ୍ୟକ୍ତା ଭତ୍ତା ପାଇଁ ମୋଟ ୧ ୬୩ ଜଣ ନୂତନ ହିତାଧିକାରୀ ଙ୍କୁ ବିଭିନ୍ନ ଭତ୍ତା ଯୋଜନା ରେ ସାମିଲ କରାଯାଇଥିବା ବେଳେ ପଡିଆ, ବାପନପଲ୍ଲୀ, ଉଣ୍ଡୁରୁକୋଣ୍ଡା ଓ ଗିରିକାନପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ମୋଟ ୯୦ ଜଣ ଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ବଳକା ୭୩ ଜଣ ନୂତନ ହିତାଧୀକାରି ଙ୍କୁ ପର୍ଯ୍ୟାୟ କ୍ରମେ ଭତ୍ତା ପ୍ରଦାନ କରାଯିବ ବୋଲି ସାମାଜିକ ସୁରକ୍ଷା ବିଭାଗପକ୍ଷରୁ କୁହାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଡିଆ ପଞ୍ଚାୟତର ବିଧାୟକ ପ୍ରତିନିଧି କୋଟାମ ବାଲାୟା, ସରପଞ୍ଚ ନମିତା କରସ୍ତା, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ତାରକନାଥ ସାନା ଉପସ୍ଥିତ ଥିବା ବେଳେ ଉଣ୍ଡୁରୁକୋଣ୍ଡା ପଞ୍ଚାୟତରେ ବ୍ଳକ ଉପାଧକ୍ଷା ଚମ୍ପାରାଣୀ ସିଲ୍, ସରପଞ୍ଚ ପୁନେମ ମୁତା, ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏନ୍ ରୁଷିକେଶ ରାଓ ଉପସ୍ଥିତ ଥିଲେ। ନୂତନ ହିତାଧିକାରୀ ଙ୍କୁ ସାମିଲ ପରେ ପଡିଆ ବ୍ଲକରେ ମୋଟ 5542 ଜଣ ବିଭିନ୍ନ ଭତ୍ତା ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ର ମିଥୁନ ହାଲଦାର ଓ ରାଜେଶ ବେହେରା ପରିଚାଳନା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO