ଭୁବନେଶ୍ୱର, ଜୁନ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ମାଟ୍ରିକ୍ ରେଜଲ୍ଟ ବାହାରିବା ନେଇ ସେ କହିଛନ୍ତି, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି ।ସ୍କୁଲ୍ ଖୋଲାଯିବା ସମ୍ପର୍କିତ ପ୍ରଶ୍ନରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏବେ ସ୍କୁଲ ଖୋଲାଯିବା ସମ୍ପର୍କରେ କହିବା ସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତି ନେବେ । ଯୁକ୍ତ ଦୁଇ ରେଜଲ୍ଟ ନେଇ ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।ଉଲ୍ଲେଖନୀୟ ଯେ – ମାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ଗତ ମାସରେ ବୋର୍ଡ ଅନୁମୋଦନ କରିଥିଲା । ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ହେବ ।