
ଜଗନ୍ନାଥ ପ୍ରସାଦ -:ଗଞ୍ଜାମ ଜିଲ୍ଲାରେ ଘାତକ ସାଜିଛି କରୋନାର ଦ୍ୱିତୀୟ ଲହରୀ, ସଂକ୍ରମିତଙ୍କ ସଂଖ୍ୟା ବଡି ଚାଲିଥିବା ବେଳେ ପ୍ରତିଦିନ ଗଡୁଛି ଶହ ଶହ ମୁଣ୍ଡ ।ଗାଁ ଗଣ୍ଡାରେ ମଧ୍ୟ ଘରେ ଘରେ ଜ୍ୱର ଥଣ୍ଡା ରେ ଆକ୍ରାନ୍ତ ହୋଇ ପଡିଛନ୍ତି ଲୋକେ ।ବର୍ତମାନ ତୃତୀୟଲହରୀ ପିଲାମାନଙ୍କୁ ସଂକ୍ରମଣ କରିବା ଆଶଙ୍କା ଥିବାରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଏପରି ଏକ ଘଡି ସନ୍ଧି ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଗାଁ ଗଣ୍ଡାରେ ନିଯୁକ୍ତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି ଦିଦି, ଆଶା ଦିଦି, ମିଶିକି ଘରକୁ ଘର ବୁଲି ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହମାସ ବଣ୍ଟନ,ସାନିଟାଇଜର ବ୍ୟବହାର,ଇମିଟର ରେ ଯାଞ୍ଚ କରୁଛନ୍ତି ଏବଂ ସ୍ୱାସ୍ଥ୍ୟ କିପରି ଅଛି ବୁଝି ମା ମାନଙ୍କୁ ଶିଶୁ ଙ୍କ ଯତ୍ନ ନେବା ନିମନ୍ତେ ବୁଝାଇବା ପରି ବ୍ୟବସ୍ତା ଦେଖିବାକୁ ମିଳିଛିଜଗନ୍ନାଥ ପ୍ରସାଦ ପଞ୍ଚାୟତ ର ଆଦିବାସୀ ଗ୍ରାମ ଡୁଙ୍ଗାପଲି ଗ୍ରାମରେ ଏ.ଏନ. ଏମ. ପ୍ରଭାସିନୀ ସାହୁ, ଅଙ୍ଗନବାଡି ଦିଦି ପୁଷ୍ପାଞ୍ଜଳି ପାଣି, ଆଶା ଲିଲି ନାଇକ ମିଶି ମାଇକ ଯୋଗେକୋରନା ଟୀକା ନେବାକୁ 40ରୁ 85ବର୍ଷ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ଦେଖିବାକୁ ମିଳିଛି ଏଇ କାର୍ଯ୍ୟକ୍ରମ କୁ ପୁଷ୍ପାଞ୍ଜଳି ସଠିକ ଭାବରେ ପରିଚାଳନା କରିଥିବା ଦେଖିବାକୁ ମିଳିଛି 1