
ରାଇରଙ୍ଗପୁର, ଇଣ୍ଡିଆନ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ଭୁବନେଶ୍ୱର ପକ୍ଷରୁ ବାତ୍ୟା “ୟାସ”ରେ ଶିମିଳିପାଳ ଭିତରେ ପ୍ରଭାବିତ ଲୋକମାନଙ୍କୁ ରେଡକ୍ରସ ତରଫରୁ ରିଲିଫ୍ ସହାୟତା ପ୍ରଦାନ କରାଯାଇଛି I ଆଇ.ଆର.ସି.ଏସ ଭୁବନେଶ୍ୱର ଶାଖାର ଅବୈତନିକ ସଚିବ ସି.ଟି.ଏମ ସୁଗୁଣାଙ୍କ ଦିଗଦର୍ଶନରେ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଲଷ୍ମଣ କୁମାର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତିନି ଗୋଟି ଗ୍ରାମପଞ୍ଚାୟତରେ ଦୁଇ ଦିନ ଧରି ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି I ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ଼. ଅଜୟ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ଼. ଦିଲ୍ଲୀପ କୁମାର ଭୋଇ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି, ବରିଷ୍ଠ ସାଧନ କର୍ମୀ ଡ଼. ରମାକାନ୍ତ ମହାନ୍ତ, ଯୁବ କାଉନସେଲର ମାନସ ରଞ୍ଜନ ବେହେରା ପ୍ରମୁଖ ଏକ ସ୍ୱତନ୍ତ୍ର ଦଳ ଗଠନ କରି ରିଲିଫ୍ କାର୍ଯ୍ୟ ତୁଲାଇଥିଲେ I ପ୍ରାରମ୍ଭରେ ଗୁରୁଗୁଡ଼ିଆ ପଞ୍ଚାୟତରେ 35 ଜଣଙ୍କ ଘରକୁ, ବରେଇପାଣି ପଞ୍ଚାୟତରେ 45 ଜଣ ପରିବାରକୁ, ଅସ୍ତକୁଅଁର ପଞ୍ଚାୟତରେ 120 ଜଣଙ୍କ ପରିବାରକୁ ଯଶିପୁର ବିଧାୟକ ଇଂ. ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ରହି ରିଲିଫ୍ ବଣ୍ଟନ କରିବା ସହିତ ରେଡକ୍ରସର ମାନବୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ I ଏଥିରେ ଗୁଡ଼ୁଗୁଡ଼ିଆ ସରପଞ୍ଚ ମାତାଇ ହୁପ୍, ବରେଇପାଣି ସରପଞ୍ଚ ଜୁଝାର ବାନ ସିଂ, ଅସ୍ତକୁଅଁର ସରପଞ୍ଚ ମହାନ୍ତି ବିରୁଆଙ୍କ ସମେତ ସମାଜସେବୀ ବିପିନ କୁମାର ମହାନ୍ତ ପ୍ରମୁଖଙ୍କ ସହାୟତା ରିଲିଫ ବଣ୍ଟନକୁ ତ୍ୱରାନ୍ୱିତ କରିଥିଲେ I ରାଜ୍ୟ ଜେ.ଆର.ସି.ଓ ଲଷ୍ମଣ ସ୍ୱାଇଁ ଲୋକମାନଙ୍କୁ ମାସ୍କ ପିନ୍ଧିବା ଓ ସାବୁନରେ ହାତ ଧୋଇବାର ବିଭିନ୍ନ କୌଶଳ ଦେଖାଇବା ସହିତ ଶିମିଳିପାଳକୁ ମଣିଷର ଫୁସ୍ ଫୁସ୍ ସହ ତୁଳନା କରିବା ସଙ୍ଗେ ସଙ୍ଗେ “ଗଛ ନ କାଟି -ଜଙ୍ଗଲର ସୁରକ୍ଷା ପାଇଁ”ପରାମର୍ଶ ଦେଇଥିଲେ I ଏହି ଅବସରରେ ଜିଲ୍ଲା ଜେ.ଆର.ସି.ଓ ସ୍ମୃତି ରଞ୍ଜନ ପାଣି ବିଭିନ୍ନ ପ୍ରକାରର ସଚେତନତା ଧର୍ମୀ ସ୍ଲୋଗାନ ଦେଇଥିଲେ I ଏଥିରେ ବନାଞ୍ଚଳ ଅଧିକାରୀ ମନ୍ମଥ କୁମାର ଖୁଣ୍ଟିଆ, ବନପାଳ ଜିତେନ୍ କିସ୍କୁ, ଧୂରୁବେନ୍ଦ୍ର ପଣ୍ଡା, ଗଗନ ମାଝୀ, ସ୍ବେଚ୍ଛାସେବୀ ପୀତବାସ ସମର୍ଥI, ପ୍ରକାଶ ପରିଡା, ଦୀପକ ରଞ୍ଜନ ପ୍ରଧାନ, ହିମାଂଶୁ ଶେଖର ବେହେରା, ବିଶ୍ୱନାଥ ଚାକି, ଛତିଶ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO