ଚିତ୍ତରଞ୍ଜନ ଗନ୍ତାୟତ-କରୋନା ରେ ଅନେକ ଲୋକ ଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ ଦୋହଲି ଗଲାଣି ଯାହାର ପ୍ରଭାବ ରେ ଲୋକେ ଦୈନଦିନ ନୁଆ ନୂଆ ସମସ୍ୟା ସମ୍ମୁଖୀନ ହେଉଛି I ଜନ୍ମିତ ମା ପ୍ରତି ପିଲା ମାନଙ୍କ ଏମାନବୀୟ ଆଚରଣ କୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି Iଏଭଳି ଚିତ୍ର ଦେଖିବାକୁ ମିଳିଛି ଭଞ୍ଜନଗର ବାଇପାସ ରୋଡ଼ ଲୋହାର ଖଣ୍ଡି ନଦୀ ଉପରେ I ଦୁଇ ଭେଣ୍ଡିଆ ପୁଅ ମାକୁ ନଦୀ କୂଳରେ ଦୀର୍ଘ ସମୟ ଧରି ବସିଥିବା ଦେଖିବାକୁ ପାଇ ଥିଲେ I ଏ ନେଇ ଉକ୍ତ ସ୍ଥାନରେ ଲୋକଙ୍କ ମନରେ ଅନେକ ସନ୍ଦେହ ହୋଇଥିଲା ଯାହାକି ସ୍ଥାନୀୟ ପୋଲିସ ଥାନାକୁ ଖବର ଦେଇ ଥିଲେ I ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇ ଭାଇ ଙ୍କୁ ଥାନାକୁ ଆଣି ପଚାରା ଉଚରା କରି ଥିବା ବେଳେ ବୁଢ଼ୀ ମା କୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ I ତେବେ ପଚରା ଉଚରା ଜଣାପଡିଛି ନିଜ ଗ୍ରାମ ଗୋପାଳ ପୁର ନିକଟ ଚଟି ଅଞ୍ଚଳ ର ବୃଦ୍ଧା ବିଜୟା ପଟ୍ଟନାୟକ ପୁଅ ରମେଶ, ରବୀନ୍ଦ୍ର ହୋଇଥିବା ସୂଚନା ମିଳିଛି I ଆର୍ଥିକ ଅନାଟନ ଯୋଗୁଁ ବୃଦ୍ଧା ଓ ଦୁଇ ପୁଅ ଜଗନ୍ନାଥ ପ୍ରସାଦ ରେ କିଛି ଦିନ ଧରି ଭଉଣୀ ଘରେ ଆଶ୍ରୟ ନେଇ ଥିଲେ ତେବେ ଭଉଣୀ ର ସ୍ୱଳ୍ପ ରୋଜଗାର ରେ ପୋଷିବା ସମ୍ଭବ ନ ହେବାରୁ ସେଥି ଯୋଗୁଁ ଏ ମାନଙ୍କ ଭିତରେ ଅଶାନ୍ତି ଲାଗି ରହିଥିଲା I ଗତକାଲି ନିଜ ଭଉଣୀ ର ତାଡନା ସହିନପାରି ଏକ ଅଟୋ ରିକ୍ସା ବୃଦ୍ଧା ରୋଗୀଣା ମା କୁ ଧରି ଭଞ୍ଜନଗର ଅଭିମୁଖେ ଏକ ଆଜ୍ଞାତ ଠିକଣା ରେ ଚାଲି ଯାଇଥିଲେ I ଭଞ୍ଜନଗର ଲୋହାର ନଦୀରେ ପାର୍ଶ୍ଵ ରେ ଦୀର୍ଘ ସମୟ ଅଟକି ଥିଲେ I ସେମାନଙ୍କ ଉଦେଶ୍ୟ ଯାହା ହେଉ କାହିଁକି ଏଭଳି ଅବସ୍ଥା ରେ ଏମାନଙ୍କୁ ଦେଖି କିଛି ସନ୍ଦେହ କରି ଲୋକ ମାନେ ଥାନାରେ ଜଣାଇ ଥିଲେ I ତେବେ ଘଟଣା ର ପରଦା ହଟାଇବା ତଦନ୍ତ ଜାରିରହିଛି I
Related Stories
November 24, 2024