
ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ ତରଫ ରୁ ଆଜି କଟକ ଶାଖା ଆଥିତ୍ୟ ରେ ବାଳୁ ବଜାର ରେ ଯୁବ ମଞ୍ଚ କାର୍ଯ୍ୟାଳୟ ରେ ଫିଜିକଲ୍ ଏବଂ ଜୁମ୍ ଏପ ମାଧ୍ୟମ ରେ ୧୫ ଟା ଅକ୍ସୁଜେନ୍ କନ୍ସେନ୍ତ୍ରଷ୍ଟର ର ଲୋକାର୍ପଣ ଜନ ସେବା ନିମନ୍ତେ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ର ଗୃହ ଏବଂ ଶକ୍ତି ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ଏହି କାର୍ଯ୍ୟ ର ବହୁ ପ୍ରଶଂସା କରି ଥିଲେ ଏବଂ ଆଗାମୀ ଦିନ ରେ ସରକାର ତରଫ ରୁ ଜନ ସେବା କାର୍ଯ୍ୟ କଲାପ ପାଇଁ ସରକାରୀ ସହଯୋଗ ଯୋଗେଇ ଦେବା ପାଇଁ ପ୍ରତିଶୁତି ମଧ୍ୟ ଦେଇ ଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କଟକ ବାରବାଟି ବିଧାୟକ ଶ୍ରୀଯୁକ୍ତ ମହମ୍ମଦ ମୁକିମ ଭାଇ ଏବଂ ଯୁବ ମଞ୍ଚ ର ପୂର୍ବ ପ୍ରାନ୍ତୀୟ ଉପାଧ୍ୟକ୍ଷ ଏବଂ ଶାଖା ଅଧ୍ୟକ୍ଷ ଭାଈ ହେମନ୍ତ ଅଗ୍ରୱାଲ ମୁଖ୍ୟ ରୂପେ ଯୋଗ ଦେଇ ଥିଲେ , ବିଧାୟକ ମୁକିମ୍ ଭାଈ ଏହି ଶୁଭ କାର୍ଯ୍ୟ ପାଇଁ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ଙ୍କ ପ୍ରୋତ୍ସାହନ କରିଥିଲେ ଏବଂ ଆଗାମୀ ଦିନରେ କଟକ ସହର ରେ ଯୁବ ମଞ୍ଚ ସାଙ୍ଗରେ କାନ୍ଧ ରୁ କାନ୍ଧ ମିଶାଇ ଜନ ସାଧରନ୍ ପାଇଁ କାର୍ଯ୍ୟ କରିବେ ବୋଲି କହିଲେ। ଏହି ଲୋକର୍ପନ୍ ରେ ଯୁବ ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କପିଲ ଭାଈ, ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଭାଈ, ପ୍ରାନ୍ତୀୟ ସଚୀବ ଭୱନ୍ତ୍ ଭାଈ, ମଣ୍ଡଳୀୟ ଉପାଧ୍ୟକ୍ଷ ବଜରଙ୍ଗ ଭାଈ, କଟକ ଶାଖାର ଅଧ୍ୟକ୍ଷ ଏବଂ ସଚୀବ ସଚିନ ଏବଂ କିଶୋର ଭାଈ ସହିତ କୁମ୍ ରେ 200 ରୁ ଉର୍ଦ୍ଧ ଯୁବ ସାଥୀ ଜଡ଼ିତ ଥିଲେ ଆଉ ଏହି କାର୍ଯ୍ୟ କୁ ସଫଳ କରିଥିଲେ। କଟକ ଶାଖାର ଜନସମ୍ପର୍କ ଅଧିକାରୀ ୟୁବା ଶ୍ୟାମ ଗୋୟନକା କହିଛନ୍ତି ଯେ ଏହି କଂସେନ୍ତ୍ରେଟର ଓଡ଼ିଶା ର ବିଭିନ୍ନ ଶାଖା ମାଧ୍ୟମ ଦ୍ଵାରା 24×7 ପୁର୍ଣ୍ଣ ନିଶୁଳ୍କ ଭାବେ କୋଭିଡ ରୋଗୀ ତଥା ଅନ୍ୟାନ୍ୟ ଦରକାରୀ ଲୋକଙ୍କୁ ଯୋଗେଇ ଦେବା ପାଇଁ ପ୍ରସ୍ତୁତ ହେଇଚି ବୋଲି କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO