ଏହି ରଣନୀତି ଅନୁଯାୟୀ ପ୍ରତି ମାସରେ ଭାରତ ସରକାର କେନ୍ଦୀୟ ଔଷଧ ଗବେଷଣାଗାର (ସିଡିଏଲ) ମଂଜୁରିପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକା ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।ଭାରତ ସରକାର ଉଭୟ ବିନା ମୂଲ୍ୟରେ ଏବଂ ସିଧାସଳଖ ରାଜ୍ୟ ଗୁଡ଼ିକ ଦ୍ୱାରା ଖରିଦ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ୨୪ କୋଟି ଡୋଜରୁ ଅଧିକ ଟିକା (୨୪,୬୦,୮୦,୯୦୦) ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକୁ ଉପଲବ୍ଧ କରାଇଛନ୍ତି ।ଏଥିରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ୨୩୧୧,୬୯,୨୫୧ ଡୋଜ୍ ଟିକା ବିନିଯୋଗ କରାଯାଇପାରିଛି (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ) ।ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକ ନିକଟରେ ଏବେ ୧.୪୯ କୋଟି ଡୋଜରୁ ଅଧିକ (୧,୪୯,୧୧,୬୪୯) ଟିକା ବିନିଯୋଗ ପାଇଁ ଉପଲବ୍ଧ ରହିଛି ।