
ମାଲକାନଗିରି,ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ମାରିଡିମେଟଲା ଗ୍ରାମର ଆଡମା କବାସୀ ଦୀର୍ଘ ଦିନ ଧରି ଅସହାୟ ହୋଇ ନିଜ ଘରେ ପଡ଼ି ରହିଛନ୍ତି । ପିଲାଟି ଦିନରୁ ଆଡମାଙ୍କ ଡାହାଣ ଗୋଡ ଦୁର୍ବଳ ହୋଇପଡିଥିଲା । ସମୟ କ୍ରମେ ସଂଘର୍ଷ କରି ନିଜ ପତ୍ନୀ ମୁୟେ କବାସୀ ଓ ଦୁଇଜଣ ଝିଅ ଙ୍କ ପେଟ ପୋଷି ଆସୁଛନ୍ତି ସେ । ବୟସ ବଢିବା ସହ ଡାହାଣ ଗୋଡ କ୍ଷୀଣ ହେବାକୁ ଲାଗିବାରୁ ଅତ୍ୟନ୍ତ କଷ୍ଟରେ ଚାଷବାସ କରି ପାରିବାର ଲୋକଙ୍କ ପେଟ ପୋଷିବା ସହ ଦୁଇ ଝିଅ ଙ୍କ ବିବାହ ମଧ୍ୟ କରାଇଛି ଆଡମା। ଗତ କିଛି ବର୍ଷ ହେଲା ଅସହାୟ ହୋଇପଡ଼ି ଥିବାରୁ ଏବେ ସେ ନିଜ ର ପୁତୁରା ଓ ପୁତୁରା ବୋହୁ ଙ୍କ ସହ ନିଜ ଗ୍ରାମ ମାରିଡିମେଟଲା ରେ ରହି ଆସୁଛନ୍ତି । ବର୍ଷ ବର୍ଷ ଧରି କଷ୍ଟେମଷ୍ଟେ ଚାଲିବୁଲି ପାରୁଥିଲେ ମଧ୍ୟ ନିଜର ଦୁର୍ବଳ ଗୋଡ଼ର ସହଯୋଗରେ ଚାଷବାସ କରି ପରିବାର ପୋଷଣ କରିଆସୁଥିବା ଆଡମା ବର୍ତମାନ କାମଧାମ କରି ପାରୁନଥିବାରୁ ନିଜକୁ ପରିବାର ପାଇଁ ବୋଝ ମନେ କରୁଥିବା କହିଛି। ଗତ କିଛି ବର୍ଷ ଧରି ବାମ ହାତ ଟି ମଧ୍ୟ ଦୁର୍ବଳ ହୋଇପଡିବାରୁ ସେ ଦିନତମାମ ଘରେ ଅସହାୟ ଭାବେ ପଡ଼ି ରହିଛନ୍ତି। ଏପରି ସ୍ଥିତିରେ ସେ ସ୍ଥାନୀୟ କର୍ମଚାରିଙ୍କ ସହଯୋଗରେ ନିଜର ଶାରୀରିକ ସ୍ଥିତ ସମ୍ପର୍କରେ ଅବଗତ କରାଇବା ସହ ଭତ୍ତା ଟଙ୍କା ପାଇଁ ଗୁହାରି କରିଥିଲେ ମଧ୍ୟ କାହାର ଦୃଷ୍ଟି ପଡୁନଥିବା ଅଭିଯୋଗ କରିଛନ୍ତି। ଏଥି ପାଇଁ ଆଡମା ର ଶାରୀରିକ ସ୍ଥିତି ସମ୍ପର୍କରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO