
ଗଞ୍ଜାମ, ଗତ ୨୪ ଘଂଟା ମଧ୍ୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୁଇଟି ଅବକାରୀ ମାମଲା ରୁଜ୍ଜୁ କରାଯିବା ସହିତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୨୩୦ ଜଣଙ୍କ ଚାଲାଣ କଟାଯିବା ସେମାନଙ୍କୁ ୧ ଲକ୍ଷ ୧୫ ହଜାର ଟଙ୍କା ଜୋରିମାନା କରାଯାଇଛି । ମୁହଁରେ ମାସ୍କ ପିନ୍ଧିନଥିବା ଲୋକ ମାନଙ୍କ ଠାରୁ ୨୩,୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସାମାଜିକ ଦୂରତା କଟକଣା ଉଲ୍ଲଙ୍ଘନ କରିଥିବା ୮ ଜଣଙ୍କ ଠାରୁ ୪୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ରାତ୍ରୀକାଳୀନ କର୍ଫୁ ଉଲ୍ଲଙ୍ଘନ କରିଥିବା ୪ ଜଣ ଅମାନିଆଙ୍କ ଠାରୁ ୧୮୦୦ ଜୋରିମାନା ଆଦାୟ କରାଯାଇଛି । ତିନୋଟି ଦୋକାନକୁ ବନ୍ଦ କରାଯିବା ସହ ସମ୍ପୃକ୍ତ ଦୋକାନୀ ମାନଙ୍କ ନିକଟରୁ ୫୨୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହିପରି ଜୋରିମାନା ବାବଦକୁ ମୋଟ୍ ୧ ଲକ୍ଷ ୪୯ ହଜାର ୬୦୦ ଟଙ୍କା ଆଦାୟ କରାଯାଇଛି ।