
ମାଲକାନଗିରି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡରାହାଲ ପଞ୍ଚାୟତ ର ବଣ୍ଡା ଜନଜାତି ଙ୍କ ପାଇଁ ସରକାର ଓପିଲିପି ଓ ବଣ୍ଡା ଉନ୍ନୟନ ସମିତି ପକ୍ଷରୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି!ବଣ୍ଡା ଘାଟିରେ ଥିବା ମୁଦୁଲିପଡ଼ା ଓ ଅଣ୍ଡରା ହାଲ ପଞ୍ଚାୟତର ୩ ୨ ଟି ଗାଁ ମଧ୍ୟରୁ କିଛି ଗ୍ରାମକୁ ବାଦ ଦେଲେ ଅଧିକାଂଶ ଗାଁ କୁ ଭଲ ରାସ୍ତାଟିଏ ନାହିଁ!ଏହି ଜନଜାତିର ଲୋକ ମାନେ ବହୁ ଆଭ୍ୟନ୍ତରିଣ ଅଞ୍ଚଳରେ ରହୁଥିବାରୁ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ସେଠାକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ମୋଟର ଯିବାର ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଭାରରେ ବୁହା ହୋଇ ଦୀର୍ଘକିଲୋମିଟର ଚାଲି ଚାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ନିତିଦିନିଆ ଘଟଣା ରେ ପରିଣିତ ହୋଇଛି!ଏହାକୁ ଦୃଷ୍ଟି ରେ ରଖି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବିକାଶ ପକ୍ଷରୁ ବାକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି!ଆମ୍ବୁଲାନ୍ସ ଟି ସବୁବେଳେ ଅଣ୍ଡରା ହାଲ ପଞ୍ଚାୟତରେ ରହିବ ଓ ଏହାର ପରିଚାଳନା ଦାଇତ୍ୱ ବାଲିପାହାଡ଼ ଯୁବକ ସଂଘ କୁ ଦିଆଯାଇଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO