

Related Stories
May 9, 2025
ବ୍ରହ୍ମପୁର:ବିଶ୍ୱ ପରିବେଶ ଦିବସରେ ସମାଜକୁ ଏକ ସୁନ୍ଦର ସଚେତନତାର ବାର୍ତ୍ତା ଦେଇଛନ୍ତି କୁନି ଝିଅ ହଂସିକା । ଅଭିନୟ ଏବଂ କବିତା ମାଧ୍ୟମରେ ପରିବେଶର ସୁରକ୍ଷା ଏବଂ ବୃକ୍ଷରୋପଣର ଉପକାରିତା ବିଷୟରେ ଏକ ସୁନ୍ଦର ସଚେତନତା ବାର୍ତ୍ତା ଭିଡିଓ ମାଧ୍ୟମରେ ଦେଇଛନ୍ତି ଏହି ଛାତ୍ରୀ ।ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୫ମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ରଣ୍ଢା ଗ୍ରାମର ସୁଦର୍ଶନ ରାଉଳ ଓ ରୀନା ରାଉଳଙ୍କ କନ୍ୟା ।ହଂସିକା ଭିଡିଓ ମାଧ୍ୟମରେ ବୃକ୍ଷ ହିଁ ଜୀବନ ,ବୃକ୍ଷ ବିନା କେହି ଏଇ ସମାଜରେ ବଞ୍ଚି ପାରିବେ ନାହିଁ ।ବୃକ୍ଷ ହିଁ ମାନବ ସମାଜର ସୁରକ୍ଷା କବଚ ।ମାନବ ସମାଜ ବଞ୍ଚିବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ।ସୁସ୍ଥ ଏବଂ ସୁନ୍ଦର ପରିବେଶ ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ ,ବୃକ୍ଷରୋପଣ ହିଁ ଆଗାମୀ ଭବିଷ୍ୟତ ।ବିଶ୍ୱ ପରିବେଶ ଦିବସ ମାନେ ପରିବେଶ ପାଇଁ ଚିନ୍ତା କରିବାର ଦିନଟିଏ ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ,ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି , ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଆହ୍ୱାନ ।ଏବେ ଆମକୁ ମନେରଖିବାକୁ ହେବ ଯେ, କେବଳ ଆମର ସୁରକ୍ଷା ନୁହେଁ ଉତ୍ତରପିଢିର ସୁରକ୍ଷା ଦାୟିତ୍ୱ ମଧ୍ୟ ଆମ ଉପରେ ସେଥିପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ।ଏଥିପାଇଁ ସୁବ ସ୍ତରରେ ସଚେତନତା ସୃଷ୍ଟି ହେବା ଦରକାର । ପରିବେଶକୁ ଭଲପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବା ଏବଂ ତାହାର ଯତ୍ନ ନେବା ଗଛଟିଏ ଲଗାଇ ତାକୁ ବଞ୍ଚାଇ ବଡ ଗଛରେ ପରିଣତ କରିପାରିଲେ ହିଁ ଆମର ପ୍ରକୃତ ଲକ୍ଷ୍ୟ ପୂରଣ କରିପାରିବ ।ଏହାହିଁ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ବୋଲି କହିଛନ୍ତି ହଂସିକା ।ଏହି ଦୁନିଆରେ ବୃକ୍ଷ ଠାରୁ ବଡ ଉପକାରୀ ବନ୍ଧୁ କେହି ନାହିଁ ,ଆମ ପରିବେଶର ସୁରକ୍ଷା ପାଇଁ ଆମେ ବୃକ୍ଷ ରୋପଣ କରିବା।ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା ଆମ ପରିବେଶ ଆମ ହାତରେ ।ଆମେ ହିଁ ଆମ ପରିବେଶକୁ ସୁନ୍ଦର କରିପାରିବା ,ତେଣୁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରିବା ଆବଶ୍ୟକ ବୋଲି କହିଛନ୍ତି ହଂସିକା,ଛୋଟ ଝିଅଟି ହୋଇ ମଧ୍ୟ ଭିନ୍ନ ଭିନ୍ନ ଗୀତ,ଅଭିନୟ, କବିତା ମାଧ୍ୟମରେ ସମାଜ ପାଇଁ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦେଇ ଆସୁଥିବାରୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଇଛନ୍ତି ।ହଂସିକାର ଏହିପରି ପ୍ରୟାସ ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ଏବଂ ପରିବେଶ ପ୍ରେମୀ ମାନେ ମତ ପ୍ରକାଶ କରିଛନ୍ତି।