
ମାଲକାନଗିରି,ଆନ୍ଧ୍ର ପ୍ରଦେଶ ରୁ କାଲିମେଳା ଅଞ୍ଚଳକୁ କଇଁଛ ବିକ୍ରୀ ହେବାକୁ ଆସିଥିଲା hele ବନ ବିଭାଗ ଚଢ଼ାଉ କରି ୧ ୫ 0ଟି କଇଁଛ ଜବତ କରିବାସହିତ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି “ସୂଚନା ଅନୁସାରେ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ ପିଭି ୬ ୫ ଗ୍ରାମର କିଛି କଇଁଛ ବେପାରୀ ଏକ ପିକଅପ ଗାଡ଼ିରେ ଆନ୍ଧ୍ର ରୁ କଇଁଛ ଆଣି ବିକ୍ରୀ କରିବାକୁ ଜଙ୍ଘଲ ରେ ରଖିଥିଲେ! କୌଣସି ସୂତ୍ରରୁ ଖବର ପାଇଁ କାଲିମେଳା ବନ ବିଭାଗ ସେଠାରେ ଚଢ଼ାଉ କରି ବିକ୍ରି ହେବାକୁ ଥିବା ୧ ୫ 0ଟି କଇଁଛ ଙ୍କୁ ଉଦ୍ଧାର କରିବା ସହିତ ଦୁଇଟି ବାଇକ କୁ ମଧ୍ୟ ଜବତ କରିଛନ୍ତି!ଜବତ କଇଁଛ ର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ!ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି!ତେବେ ଗାଡି କିମ୍ବା ବେପାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବନ ବିଭାଗ ସେମାନଙ୍କୁ ଖୋଜୁଥିବାର ଜଣାପଡିଛି!ଏହି ଚଢ଼ାଉରେ ବନପାଳ ସ୍ୱୟଂପ୍ରଭା ପ୍ରଧାନ, ବନରକ୍ଷୀ ଅନିତା ନାୟକ, ରାମଚନ୍ଦ୍ର ମାଝୀ, ରୁଦ୍ର ହନ୍ତାଳ ଓ ଜୟନ୍ତ ନାୟକ ସାମିଲ ଥିଲେ!