
ମାଲକାନଗିରି,ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଗାଜୁଲମାମୁଡ଼ି ପଞ୍ଚାୟତର ବନ୍ଧୁଗୁଡା ଓ ପୂଜାରିଗୁଡ଼ା ଗ୍ରାମବାସୀ ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ହେଲାଣି ଅନ୍ଧାରରେ ଅଛନ୍ତି।ଭାରତ ସ୍ବାଧୀନତାର ସାତ ଦଶନ୍ଧି ରୁ ଅଧିକ ସମୟ ବିତିଗଲାଣି ହେଲେ ଆଜି ବି ବିଦ୍ୟୁତ ଟ୍ରାନ୍ସଫରମର ପୋଡ଼ିବାର ଦୁଇବର୍ଷ ବିତିଗଲେପରେ ମଧ୍ୟ ଟ୍ରାନ୍ସଫରମର ମରାମତି ହୋଇ ପାରୁନି। ସ୍ବାଧୀନତାର ସାତ ଦଶନ୍ଧିପରେ ଇଲେକ୍ଟ୍ରି ଦେଖିଥିଲେ ସ୍ୱାଭିମାନ ଅଞ୍ଚଳ ବାସି, ଇଲେକ୍ଟ୍ରି ଦେଖିବାପରେ ଲୋକମାନେ ଖୁସି ହେଇଥିଲେ ସେହି ଅଞ୍ଚଳର ପିଲାମାନେ ମଧ୍ୟ ଡିବିରି ଛାଡ଼ି କରେଣ୍ଟ ଆଲୁଅରେ ପାଠ ପଢୁଥିଲେ, ପିଲାମାନେ ମଧ୍ୟ କରେଣ୍ଟ ଆଲୁଅରେ ପାଠ ପଢି ବହୁତ ଖୁସି ଥିଲେ। ବନ୍ଧୁଗୁଡ଼ା ଓ ପୂଜାରୀଗୁଡ଼ା ଗ୍ରାମର ଟ୍ରାନ୍ସଫରମର ପୋଡ଼ିକି ଦୁଇବର୍ଷରୁ ଅଧିକ ସମୟ ବିତିଗଲାଣି, ଗ୍ରାମବାସୀ ମାନେ କହିଛନ୍ତି ବି ଦ୍ୟୁ ତ ନଥିବାରୁ ସେମାନେ ବହୁକଷ୍ଟରେ ଜୀବନ ବିତାଉଛନ୍ତି।ଏହି ସମସ୍ୟା ନେଇ ଗ୍ରାମବାସୀ ମାନେ ବହୁବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ସୁଧା କୌଣସି ସୁଫଳ ମିଳିନାହିଁ।ବିଲ ବାନ୍ଧିଲେ ସେମାନଙ୍କ ଗ୍ରାମରେ ଟ୍ରାନ୍ସଫରମର ଲାଗିବ ବିଭାଗିୟ ଅଧିକରିକହିବାପରେ ଗ୍ରାମବାସୀ ମାନେ ଗତ ଜାନୁଆରୀ ମାସରେ ୨୦,୦୦୦ ଟଙ୍କା ଇଲେକ୍ଟ୍ରି ବିଲ ବାନ୍ଧିଛନ୍ତି।ହେଲେବି ଆଜି ପର୍ଯ୍ୟନ୍ତ ଗ୍ରାମରେ ଟ୍ରାନ୍ସଫରମର ଲାଗି ପାରିଲାନାହିଁ । ବନ୍ଧୁଗୁଡ଼ା ରେ ୨୦ ପରିବାର ଓ ପୂଜାରିଗୁଡା ରେ ୧୦ ଟି ପରିବାର ର ପ୍ରାୟ ୧୫୦ ରୁ ଅଧିକ ଲୋକ ବସବାସ କରୁଛନ୍ତି।ଏହି ନେଇ ବାଲିମେଳା ରେ ଅବସ୍ଥିତ ଟିପିଶୋଡଲ ର ଏସ ଡି ଓ ଙ୍କ ସହ ଯୋଗା ଯୋଗ କରିବାରୁ ସେ ସେହି ଗ୍ରାମରେ ଟ୍ରାନ୍ସଫରମର ପୋଡ଼ିବା କଥାକୁ ସ୍ୱୀକାର କରିଥିଲେ ଓ କହିଥିଲେ ଟ୍ରାନ୍ସଫରମର ଷ୍ଟୋର ରେ ଷ୍ଟକ ନାହିଁ ଆସିଲେ ଲଗାଯିବ।ତୁରନ୍ତ ଜିଲ୍ଲା ପ୍ରଶାସନଏଥିପ୍ରତିଦୃଷ୍ଟି ଦେଇ ନୂଆ ଟ୍ରା ନ୍ସଫରମର ଯୋଗେଇ ଦେବାପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO